ଘରେ ନପଶୁଣୁ ଚାଳ ବାଜିଲାଣି।ନିର୍ମାଣାଧୀନ ଛାତର ସ୍ଥାୟୀତ୍ୱକୁ ନେଇ ଉଠିଛି ପ୍ରଶ୍ନ।

ଘରେ ନପଶୁଣୁ ଚାଳ ବାଜିଲାଣି।ନିର୍ମାଣାଧୀନ ଛାତର ସ୍ଥାୟୀତ୍ୱକୁ ନେଇ ଉଠିଛି ପ୍ରଶ୍ନ।

ମାଥିଲି, (ଶିବପ୍ରସାଦ ପରିଛା ବିଶେଷ ଖବର ) ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବରେ ଆଦିବାସୀ ଶିକ୍ଷାର ଉନ୍ନତି ପାଇଁ କୋଟି କୋଟି ଅର୍ଥ ବ୍ୟୟ ମଧ୍ୟ କରୁଛନ୍ତି।ଶିକ୍ଷାର ବିକାଶ ପାଇଁ ଯାହା ଭିତ୍ତିଭୂମି ଆବଶ୍ୟକ ତାହା ରାଜ୍ୟ ଓ କେନ୍ଦ୍ର ସରକାର ପ୍ରଯ୍ୟାପ୍ତ ପରିମାଣରେ ଅର୍ଥ ଖର୍ଚ୍ଚ ମଧ୍ୟ କରୁଛନ୍ତି।କିନ୍ତୁ କିଛି ଅସାଧୁ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକରେ ନିମ୍ନ ମାନର ଗୃହ ଓ ରାସ୍ତା ନିର୍ମାଣ ବେଧଡକ ଭାବରେ ଚାଲିଛି।ଯାହା ଦ୍ୱାରା ବିଭାଗୀୟ ଅଧିକାରୀ ଓ ଠିକାଦାର ମାନେ ମାଲାମାଲ ହେଉଛନ୍ତି।କିନ୍ତୁ ନିର୍ମାଣ କାର୍ଯ୍ୟ ଗୁଡିକର ସ୍ଥାୟୀତ୍ୱ ଉପରେ ଉଠିଛି ପ୍ରଶ୍ନ।ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମା ଠାରେ ଥିବା ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ।ବିଦ୍ୟାଳୟ ପରିସରରେ ଜିଲ୍ଲା ଗୃହ ବିଭାଗ ପକ୍ଷରୁ ଦୋତାଲା ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ୨କୋଟି ୭ଲକ୍ଷ ୨୦ ହଜାର ଅର୍ଥ ବ୍ୟୟରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ଯାହା ଅତି ନିମ୍ନମାନର।କିଛି ଦିନ ପୂର୍ବରୁ ଛାତ ପଡିଥିଲା।ଛାତ ପଡିବା ୨୧ ଦିନ ପରେ ସେଣ୍ଟ୍ରିଙ୍ଗ ଖୋଲା ଚାଲିଛି।କିନ୍ତୁ ଛାତ ପଡିବା ପରେ ଛାତ ମଜବୁତ ପାଇଁ ଛାତ ଉପରେ ପାଣି ଦିଆଯାଉଛି।କିନ୍ତୁ ବିଡ଼ମ୍ବନାର ବିଷୟ ଛାତ ଉପରେ ପାଣି ଦେଲେ ଛାତ ତଳକୁ ଏବେ ଠାରୁ ଗୃହ ଭିତରେ ପାଣି ଗଳୁଛି।ତାହା ସହିତ ନୂତନ ଛାତ ପଡ଼ିଥିଲେ ମଧ୍ୟ ଛାତ ତଳକୁ ଲୁହା ଛଡ଼ ଜଳ ଜଳ ହୋଇ ବାହାରକୁ ଦେଖା ଯାଉଛି।

ସ୍ଥାନୀୟ ଲୋକେ ଓ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଏପରି ଦୃଶ୍ୟ ଦେଖି ଅତିରିକ୍ତ ଶ୍ରେଣୀ ଗୃହର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କାହାକୁ ଖାତିର କରି ନଥିଲେ କି କାହାରି କଥାକୁ ଶୁଣି ନଥିଲେ ବୋଲି ଜଣାପଡିଛି।ଏବେ ଯଦି ଛାତର ମଜବୁତ ପାଇଁ ଯଦି ପାଣି ଦେଲେ ଏତେ ଗଲୁଛି।ତାହାଲେ ବର୍ଷା ଦିନରେ କିପରି ଛାତ୍ରଛାତ୍ରୀ ମାନେ ସେଠାରେ ପାଠ ପଢିବେ ଚିନ୍ତାରେ ଅବିଭାବକ ମାନେ।ବିଭାଗୀୟ ଅଧିକାରୀ,କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକରେ ଏପରି ନିମ୍ନମାନର କାର୍ଯ୍ୟ ହୋଇ ସରକାରୀ ଅର୍ଥକୁ ହରିଲୁଟ କରାଯାଇଛି ବୋଲି କହିଛନ୍ତି ସ୍ଥାନୀୟ ଲୋକମାନେ।ଆମେ ଏ ବିଷୟରେ ବିଭାଗୀୟ ଯନ୍ତ୍ରୀ ଲବରାମ ମାଝି ଙ୍କୁ ପଚାରି ବାରୁ ଯେମିତି ଉତ୍ତର ମିଳିଲା ଶତରେ ଯେମିତି କଛି ନଜଣିଲା ପରି ଅଭିନୟ କରିଥିଲେ ଆମକୁ କହିଥିଲେ ଛାତ ଗ୍ରେଢି କରିଦଲେ ଆଉ ରଢ ଦେଖା ଯିବ ନାହିଁ କି ଫଣି ଗଳିବ ନାହିଁ ଏଠି କଥା ଉଠୁଛି ବାବୁ ଙ୍କର ନିଜ ଘର ଇଥିଲେ ଏମିତି ଛାତ ପକାଇ ଥାନ୍ତେ କି ଜିଲ୍ଲା ଗୃହ ବିଭାଗର ଏପରି ନିମ୍ନ ମାନର କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଚ ସ୍ତରୀୟ ତଦନ୍ତ କରି ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବହୁ ବରିଷ୍ଠ ଶିକ୍ଷାବିତ ମାନେ ଦାବି କରିଛନ୍ତି।ନଚେତ ବର୍ଷା ଦିନରେ ଆଦିବାସୀ ଛାତ୍ରଛାତ୍ରୀମାନେ ନାହିଁ ନଥିବାର ଅସୁବିଧା ହେବାର ଶତ ପ୍ରତିଶତ ସମ୍ଭାବନା ରହିଛି।