ଚଳିତ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷାଫଳ.

ଚଳିତ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷାଫଳ.

ଚଳିତ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷାଫଳ 

ଚଳିତ ସପ୍ତାହରେ +୨ ପରୀକ୍ଷାଫଳ ପ୍ରକାଶ ପାଇବ ।ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ମେ' ୨୧ କିମ୍ବା ୨୨ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରାଯିବ ।

ପୁସ୍ତିକା ଉନ୍ମୋଚନ ହେବାର କିଛି ସମୟ ମଧ୍ୟରେ ଛାତ୍ରଛାତ୍ରୀ ‌ସିଏଚ୍‌ଏସ୍‌ଇ ୱେବ୍‌ସାଇଟ୍‌ରୁ ସେମାନଙ୍କ ଫଳ ଜାଣିପାରିବେ ବୋଲି ସୂଚନା ମିଳିଛି । ଚଳିତବର୍ଷ ଗୋଟିଏ ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଫଳ ପ୍ରକାଶ କରାଯିବ। ଫଳ ପ୍ରକାଶ ନେଇ ଏପର୍ଯ୍ୟନ୍ତ ଦିନ ଧାର୍ଯ୍ୟ ହୋଇନାହିଁ ।

ତେବେ ମଙ୍ଗଳବାର ସୁଦ୍ଧା ଫଳ ପ୍ରକାଶ ତାରିଖ ଘୋଷଣା କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ଯେପରି ପ୍ରଭାବିତ ନ ହୁଏ, ସେ ଦିଗରେ ପଦକ୍ଷେପ ଗ୍ରହଣ କରୁଛୁ ।