ଚୈତ୍ର ପୂର୍ଣ୍ଣିମା ଅବସରରେ ମା ବାସେଳୀ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ।
କଣ୍ଟିଲୋ,୨|୪ ଚୈତ୍ର ପୂର୍ଣ୍ଣିମା ଅବସରରେ କଣ୍ଟିଲୋ ଫକିର ଅତବୁଦ୍ଧିପାଟଣା ଓ କଂସାରୀ ସାହି ପାଟଣା ରେ ପୂଜା ପାଉଥିବା ମା ସିଦ୍ଧ ବାସେଳୀ ଠାକୁରାଣୀଙ୍କ ପବିତ୍ର ତଇତି ପର୍ବ ଗୁରୁବାର ମହାସମାରୋହରେ ପାଳିତ ହୋଇଯାଇଛି। ଚଇତି ପର୍ବ କୈବର୍ତ୍ତ ସମାଜ ର ଏକ ଗଣ ପର୍ବ ଭାବରେ ବେଶ୍ ପରିଚିତ। ଏହିଦିନ ସକାଳୁ କୈବର୍ତ୍ତ ସମାଜର ଆବାଳ ବୃଦ୍ଧ ବନିତା ପ୍ରାତଃ କାଳରୁ ସ୍ନାନ ଶୌଚାଦି ସମସ୍ତ ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରି ମାଙ୍କ ନିକଟରେ ନାନା ଜାତିର ଫୁଲ ଫଳ ଧରି ଭୋଗଲାଗି କରିଥିଲେ। ମଧ୍ୟାହ୍ନ ରେ ଶୁଖୁଡି ଭୋଗ ସହ ବଳି ଭୋଗ ହେବାପରେ ସପରିବାର ପ୍ରସାଦ ରୂପେ ଗ୍ରହଣ କରି ଥିଲେ। ମା ବାସେଳୀ ଙ୍କ ପର୍ବ ଉଭୟ କୈବର୍ତ୍ତ ସମାଜ ପକ୍ଷରୁ ମହାଆଡମ୍ବରରେ ୩ ଦିନ ବ୍ୟାପୀ ପାଳନ କରାଯିବାପାଇଁ ନିଷ୍ପତ୍ତି ହୋଇଛି ।
ଆଜି ପ୍ରଥମ ଦିନରେ ଫକିର ଅତବୁଦ୍ଧିପାଟଣା ସାହିରେ ପୂଜା ପାଉଥିବା ମା ବାସେଳୀ ଠାକୁରାଣୀଙ୍କ ନିକଟରେ ଭୂବନେଶ୍ୱର୍ ବରମୁଣ୍ଡା ହାଉସିଙ୍ଗ ବୋର୍ଡ ର ଭାଗବତ ଜୀଉ ଭଜନଧାରା ପକ୍ଷରୁ ଭଜନ ସଂଧ୍ୟା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି।ଆଲୋକ କଟୁଆଳ,ଆଶୁତୋଷ ନାୟକ ଓ ବିଷ୍ଣୁପ୍ରିୟା ବେହେରା ପ୍ରମୁଖ ଭଜନ ପରିବେଷଣ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ।ଆସନ୍ତା କାଲି ଭାରତଳୀଳା ପ୍ରଦର୍ଶନ ହେବ ବୋଲି କୈବର୍ତ୍ତ ସମାଜ ପକ୍ଷରୁ ସୂଚନା ମିଳିଛି।ମା ବାସେଳୀ ଙ୍କ ବାର୍ଷିକ ଉତ୍ସବ ସମସ୍ତ କୈବର୍ତ୍ତ ସମାଜ ସାହାଯ୍ୟ ଓ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି।
ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର


admin 
