ଦୁର୍ଗାପୂଜା ରେ ପଟ୍ଟାମୁଣ୍ଡାଇ ସହର ଉତ୍ସବମୁଖର ଓ ଶୋଭାପାଉଛନ୍ତି ୨୬ମେଢ଼।

ଦୁର୍ଗାପୂଜା ରେ ପଟ୍ଟାମୁଣ୍ଡାଇ ସହର ଉତ୍ସବମୁଖର ଓ ଶୋଭାପାଉଛନ୍ତି ୨୬ମେଢ଼।

ଓଡ଼ିଶା ରେ ପ୍ରାୟ ଅନେକ ଜାଗା ରେ ଦୁର୍ଗାପୂଜା ହୁଏ କିନ୍ତୁ ପଟ୍ଟାମୁଣ୍ଡାଇ ଦୁର୍ଗା ପୂଜା ଏକ ନିଆରା।ଦୁର୍ଗା ପୂଜା ରେ ପଟ୍ଟାମୁଣ୍ଡାଇ ଉତ୍ସବମୁଖର , ପଟ୍ଟାମୁଣ୍ଡାଇ ବଜାର ରେ ମୋଟ ୨୬ଟି ମେଢ଼ ପୂଜା ପାଉଛନ୍ତି।ଠିକ୍ ସଂଧ୍ୟା ହେଲେ ପଟ୍ଟାମୁଣ୍ଡାଇ ବଜାର ରେ ଥିବା ଗଳିକନ୍ଦି ଆଲୋକ ରେ ସାଜସଜ୍ଜା ସହିତ ବହୁତ ବଡ ବଡ ତୋରଣ ରେ ଶୋଭା ପାଉଛି। ପଟ୍ଟାମୁଣ୍ଡାଇ ଦୁର୍ଗା ପୂଜା ଆଖପାଖ ଜିଲ୍ଲା ,ଜିଲ୍ଲା ର ୯ବ୍ଲକ୍ ଓ ପଟ୍ଟାମୁଣ୍ଡାଇ ର ବହୁ ପଞ୍ଚାୟତ ର ଜନସାଧାରଣ ଦୁର୍ଗା ପୂଜା ଦେଖିବାକୁ ଆସିଥାନ୍ତି।ଏଥି ସପ୍ତମୀ ଠୁ ଦଶହରା ଭସାଣି ପର୍ଯ୍ୟନ୍ତ ,ପ୍ରତି ଦିନ ଲକ୍ଷ ଲକ୍ଷ ଭକ୍ତ ଙ୍କ ଜନସମାଗମ ହୁଏ।ଚାରିଆଡ଼େ ମୀନାବଜାର ,ବିଭିନ୍ୟ ପ୍ରକାର ଦୋକାନ ମାନ ପଡ଼ିଥାଏ।

ଏହି ଦୁର୍ଗାପୂଜା ରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପଟ୍ଟାମୁଣ୍ଡାଇ ଆଇଆଇସି ମାନସ ରଞ୍ଜନ ମଲ୍ଲିକ ଚାରିଆଡ଼େ ପୋଲିସ ଫୋର୍ସ ଜଗାଇବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନିଜେ ତୀକ୍ଷଣ ନଜର ରଖିଛନ୍ତି।ପଟ୍ଟାମୁଣ୍ଡାଇ ସହର ଦୁର୍ଗାପୂଜା କମିଟି ର ସଭାପତି ତହସିଲଦାର ନିଜେ ମଧ୍ୟ ସବୁ ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି ପୂଜା ରେ ସଜାଗ ରହିବାକୁ। ପଟ୍ଟାମୁଣ୍ଡାଇ ଦୁର୍ଗାପୂଜା ରେ ସ୍ୱାସ୍ଥ୍ୟ ବିଭାଗ ,ପରିମଳ ବିଭାଗ ,କୁ ମଧ୍ୟ ନିୟୋଜିତ କରାଯାଇଛି।ପଟ୍ଟାମୁଣ୍ଡାଇ ପୌରପାଳିକା ର ଅଧ୍ୟକ୍ଷ ମଧ୍ୟ ସହର କି ପରି ସଫା ସୁତୁରା ରହି ପାରିବ ସେଥି ପାଇଁ ପୌର କର୍ମ ଚାରି ଙ୍କୁ ନିର୍ଦେଶ ଦେଇଛନ୍ତି।ବର୍ତ୍ତମାନ ଭୋଲିବାବା ପୂଜା କମିଟି ର ବରାହ ଅବତାର ଠାକୁର ପୂଜା ପାଉଛନ୍ତି।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା।