ଦୁର୍ନୀତି ରେ ଉବୁଟୁବୁ ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ,ଭିଜିଲାନ୍ସ ତଦନ୍ତ ଦାବି।

ଦୁର୍ନୀତି ରେ ଉବୁଟୁବୁ ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ,ଭିଜିଲାନ୍ସ ତଦନ୍ତ ଦାବି।

ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ଆଗରୁ ବହୁ ଦୁର୍ନୀତି ରେ ବୁଡ଼ି ଥିଲା ବେଳେ ଆଉ ଏକ ଦୁର୍ନୀତି ର ସୁରଖା ମିଳିଛି ସେଇ କାମ ଟି ହେଉଛି ନୂଆଗାଁ ଠୁ ମଦନପୁର ବନ୍ୟା ନଦୀ ବନ୍ଧ ରାସ୍ତା।ଦୁଇ ବର୍ଷ ତଳେ ଏହି ନଦୀ ବନ୍ଧ ରାସ୍ତା ପାଇଁ 22କୋଟି ଟଙ୍କା ର ଟେଣ୍ଡର ହୋଇ ଥିଲା।କିନ୍ତୁ କାର୍ଯ୍ୟ ସରିବାର ଦୁଇ ମାସ ଭିତରେ ଏହି ରାସ୍ତା ଭୁଶୁଡି ପଡ଼ି ଥିଲା। ଏହି ରାସ୍ତା ରେ ଠିକାଦାର କୋଟି କୋଟି ଟଙ୍କା ଦୁର୍ନୀତି କରି ରାଜନେତା,ବିଧାୟକ,ସାମ୍ବାଦିକ, ପୂର୍ତ୍ତ ବିଭାଗ ର ଉପର ଅଫିସର ଙ୍କ ଠୁ ଆରମ୍ଭ କରି ତଳ ସ୍ତର ଅଫିସର ପର୍ଯନ୍ତ ଙ୍କୁ ଠିକାଦାର ମୋଟା ଅଙ୍କର ଟଙ୍କା ଦେଇ ନିମ୍ନମାନର କାମ କରି ଏହି କାମ ରେ କୋଟି କୋଟି ଟଙ୍କା ଲୁଟି ଥିବା ବେଳେ ବହୁ ଖବର କାଗଜ ରେ ବାହାରିଥିଲା।

ଏହି ନିମ୍ନମାନର କାର୍ଯ୍ୟ ପାଇଁ ପଟ୍ଟାମୁଣ୍ଡାଇ ଉତିକନ ବାସୀ ବହୁ ବାର ଜନ ଆନ୍ଦୋଳନ କରି ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ବିଧାୟକ କିଛି ନ ଶୁଣି ଦୁର୍ନୀତି ଗ୍ରସ୍ତ ଠିକାଦାର କୁ ସହଯୋଗ କରିଥିଲେ। କିନ୍ତୁ ଏବେ ଠିକାଦାର ତା ଟେଣ୍ଡର କାମ ର ଅମାନତ ରାଶି ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ର ଏସ ଡି ଓ ଙ୍କୁ ଧରି ଅମାନତ ଜମା ନେବାକୁ ମସୁଧା କରୁଛି।ନିୟମ ଅନୁସାରେ ରାସ୍ତା କାମ ର maintainance ପିରିଅଡ ସରିବା ପୁର୍ବରୁ ଠିକାଦାର ରାସ୍ତାଟିକୁ ସମ୍ପୂର୍ଣ୍ଣ ଭାବେ ମରାମତି କରି ଯେଉଁଠି ସବୁ ରାସ୍ତା ଖରାପ ଅଛି ସେସବୁକୁ ପିଚୁ କରି ଵିଭାଗ କୁ ହସ୍ତାନ୍ତର କରିବା କଥା।ପଟ୍ଟାମୁଣ୍ଡାଇ ରାଜନଗର ବନ୍ୟା ବନ୍ଧ ରାସ୍ତା ର ଏହି ମାସରେ ଠିକାଦାର ଙ୍କ ରାସ୍ତା ମରାମତି ଅବଧି ପୂରଣ ହୋଇଯିବ। ତାପରେ ଠିକାଦାର ତାଙ୍କର security money ନେଇକି ଛୁ ହୋଇଯିବେ। ଅନେକ ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ଏବେ ଲୋକଙ୍କୁ ଭୁଆଁ ବୁଲାଇ ଯାହି ତାହି ମରାମତି କରି ଅମାନତ ଟଙ୍କା କୁ ହଡ଼ପ କରିବାକୁ ଚେଷ୍ଟା କରୁଛନ୍ତି। ପିଚୁ ନକରି ଯେତେ କମରେ କାମ ଚଳି ଯିବ। ବଳକା ଅମାନତ ଟଙ୍କା ରୁ ଅଧିକ ଭାଗ ମିଳିବ। ଜାଗୋ ଜନତା ଜଗୋ। ନଚେତ ଆଗକୁ ପଟ୍ଟାମୁଣ୍ଡାଇ ବାସୀ ଏକାଠି ହୋଇ ଏକ ଜନଆନ୍ଦୋଳନ କରିବାକୁ ସଜ ବାଜ ହେଉଛନ୍ତି। 

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା