*ଦେଶୀ ମଦ ସହିତ 0୨ ମୋଟର ସାଇକେଲ ଜବତ, ୦୩ ଗିରଫ 0୨ ଫେରାର ।*
ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ଶ୍ରୀ ହରିହର ସିଂ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲେଶ୍ୱର -୨ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଭବେଶ ଦାସ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶ୍ରୀଜଙ୍ଗ ଛକ ଏବଂ ବୋଇତା ଛକ ନିକଟରେ ଚଢ଼ାଉ କରାଯାଇ ୩୬୫ ଲିଟର ଦେଶୀ ରନ୍ଧା ମଦ ଏବଂ ଦୁଇଟି ମୋଟର ସାଇକେଲ ଜବତ କରାଯିବା ସହିତ ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ପୁରୁଣା ବାଲେଶ୍ୱର ଗ୍ରାମର ବିଶ୍ୱନାଥ ସାହୁ @ ବାତିଷ୍ଠା ଓ ସଦର ଥାନା ଅନ୍ତର୍ଗତ ଡଗରାଇ ଗ୍ରାମର ଆସାମୀ ଦୁଃଖିରାମ ହେମ୍ବ୍ରମ ଓ ଦଶମତ ମାଝୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଓ ଘଟଣା ସ୍ଥଳ ରୁ ଫେରାର ହୋଇଥିବା ଦୁଇ ଆସାମୀ ବାର୍ଦ୍ଧନପୁର ଗ୍ରାମର କାର୍ତିକ ଦଳେଇ @ ଲେମ୍ବୁଆ ଓ ପୁରୁଣା ବାଲେଶ୍ୱର ଗ୍ରାମର ମହେନ୍ଦ୍ର ବିନ୍ଧାଣି @ ପିଣ୍ଟୁ।
ଜବତ ହୋଇଥିବା ଦେଶୀ ରନ୍ଧା ମଦ ଓ ମୋଟର ସାଇକେଲର ଆନୁମାନିକ ମୂଲ୍ୟ ୦୨ ଲକ୍ଷ ୫0 ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ଲମ୍ବୋଦର ମହାନ୍ତ ଓ କନେଷ୍ଟବଳ ସୁନାରାମ ସୋରେନ, ପଙ୍କଜ ମହାନ୍ତି, ସୁବୀରକାନ୍ତ ବେହେରା, ନହ।ନ ମୁର୍ମୁ ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ଥାନା ପକ୍ଷରୁ କେଶ ନଂ ୩୯/୨୬-୨୭ ଓ ୨୬, ୨୭, ୨୮/୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇଛି ।
ବାଲେଶ୍ୱର ରୁ ରଘୁନାଥ ନାୟକ ଙ୍କ ରିପୋର୍ଟ ବିଶେଷ ଖବର


admin 
