ନୀଳମାଧବ ପ୍ରାଇଭେଟ୍ ମୋଟର କର୍ମଚାରୀ ସଂଘ୍ ର ସାଧାରଣ ସମ୍ପାଦକ ଙ୍କ ଦେହାନ୍ତ
ଖଣ୍ଡପଡ଼ା(କଣ୍ଟିଲୋ) ତା୦୭/୦୫( ରଜତ ଦାସ୍) କଣ୍ଟିଲୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଦ ବେହେରା ପାଟଣା ସାହିର ଅଜୟ କୁମାର ସାହୁ (୬୭)ଙ୍କ ଗୁରୁବାର ସକାଳେ ହଠାତ ହାର୍ଟ ଚୋକ୍ ହୋଇଯିବା ଫଳରେ ମୃତ୍ୟୁ ବରଣ କରି ଛନ୍ତି। ଶ୍ରୀ ସାହୁଙ୍କୁ ଅଜୟ କଣ୍ଡକ୍ଟର ଭାବେ ଏହି ଆଖପାଖ ଗ୍ରାମ ପଞ୍ଚାୟତର ଅଧିବାସୀ ମାନେ ଭଲ ଭାବେ ଚିହ୍ନନ୍ତି। ଶ୍ରୀ ସାହୁ ଦୀର୍ଘ ୨୫ ବର୍ଷ ହେଲା କଣ୍ଟିଲୋ ନୀଳମାଧବ ମୋଟର କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଭାବେ ଦାୟିତ୍ଵ ନିର୍ଭୁଲ ଭାବେ ସମ୍ପାଦନ କରି ସମସ୍ତଙ୍କ ର ପ୍ରିୟ ଭାଜନ ହୋଇ ପାରିଥିଲେ।ତେଣୁ ତାଙ୍କର ମୃତ୍ୟୁ ଖବର ଶୁଣି ମୋଟର କର୍ମଚାରୀ ସଂଘର ସଭାପତି ଶରତ ଚନ୍ଦ୍ର ମହାରଣାଙ୍କ ପରାମର୍ଶ କ୍ରମେ ସମସ୍ତ କର୍ମଚାରୀ ଙ୍କ ସହିତ ବ୍ୟବସାୟୀ ଭାଇ ମାନେ ସଂଘ କାର୍ଯ୍ୟାଳୟ ଠାରେ ଅଜୟ ଭାଇ ଅମର ରହେ ଅମର ରହେ ସ୍ଲୋଗାନ ଦେଉଥିବା ନଜରକୁ ଆସିଛି।
ଶ୍ରୀ ସାହୁ କଣ୍ଟିଲୋ ସମବାୟ ସମିତିର ଜଣେ କାର୍ଯ୍ୟରତ ନିର୍ଦ୍ଦେଶକ ଥିଲେ। ଶ୍ରୀ ସାହୁ ଏକ କାଳୀନ ବାପୁଜୀ ନଗର ରାମଲୀଳା ଅନୁଷ୍ଠାନ ରେ ହନୁମାନ ପାର୍ଟ ଓ ବିଭିନ୍ନ ସମୟେ ସାହି ଓ କ୍ଲବ ରେ କରୁଥିବା ଡ୍ରାମା ରେ ନିଖୁଣ ଭାବେ ଅଭିନୟ କରି ଜଣେ ବରିଷ୍ଟ ଓ ଅଭିଜ୍ଞ କଳାକାର ଭାବେ ବେଶ୍ ପରିଚିତ। ସେ ଅତି ଭଦ୍ର, ଶାନ୍ତ,ବନ୍ଧୁ ବତ୍ସଳ,ମେଳାପି, ସ୍ନେହୀ , ପରୋପକାରୀ, ମିଷ୍ଠାଭାଷୀ,ବ୍ୟକ୍ତି ଭାବେ ବେଶ ଜଣା ଶୁଣା। ତାଙ୍କର ମୃତ୍ୟୁ ଖବର ଶୁଣି କଣ୍ଟିଲୋ ଓ ଆଖପାଖ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ ।
ମୃତ୍ୟୁ ଖବର ଶୁଣିଅଂଚଳର ବ୍ୟକ୍ତି ମାନଙ୍କ ମଧ୍ୟରେ ସୋକର ଛାୟା ଖେଳି ଯାଇଥିଲା।କଣ୍ଟିଲୋ ଶଙ୍ଖ ତୋଟା ନିକଟସ୍ଥ ଶ୍ମଶାନ ଘାଟରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ବେଳେ ଏକମାତ୍ର ପୁଅ ତାପସ(ସିପୁ) ମୁଖାଗ୍ନି ଦେଇଥିଲେ।


admin 
