ପଟ୍ଟାମୁଣ୍ଡାଇ ସ୍ୱାଧୀନତା ଦିବସ ପରିଚାଳନା କମିଟି ର ସଭାପତି ଙ୍କ ନିର୍ଦ୍ଦେଶ କୁ ଫୁ କଲା ପୌରପାଳିକା ଓ ବର୍ଷା ରେ ଓଦା ହେଲେ ଶହ ସହ ଛାତ୍ର ଓ ଛାତ୍ରୀ।
ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ଅବ୍ୟବସ୍ଥା ଭିତରେ ସ୍ୱାଧୀନତା ଦିବସ ପାଳିତ ହେଲା ଓ ତହସିଲଦାର ଙ୍କ ନିର୍ଦ୍ଦେଶ କୁ ଫୁ କଲା ପଟ୍ଟାମୁଣ୍ଡାଇ ପୌରପାଳିକା।ଆମେ କହୁନୁ ଯାହା ପଟ୍ଟାମୁଣ୍ଡାଇ ପୌରପାଳିକା ବାସୀ କହିବେ। ସ୍ୱାଧୀନତା ଦିବସ ପାଳନ ପାଇଁ ପଟ୍ଟାମୁଣ୍ଡାଇ ସ୍ୱାଧୀନତା ଦିବସ ପରିଚାଳନା କମିଟିର ସଭାପତି ତହସିଲ ଦାର୍ ଙ୍କ ନିର୍ଦ୍ଦେଶ ରେ ପଟ୍ଟାମୁଣ୍ଡାଇ ପୌରପାଳିକା ରେ ଥିବା ସମସ୍ତ ସ୍କୁଲ ର ଛାତ୍ର ଓ ଛାତ୍ରୀ ଏକାଠି ହୋଇ ସ୍ୱାଧୀନତା ଦିବସ ର ପ୍ୟାରେଡ୍ କାର୍ଯ୍ୟ କ୍ରମ ରେ ଏମ୍ ଏନ୍ ହାଇ ସ୍କୁଲ୍ ପଡ଼ିଆ ରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟ କ୍ରମ ରେ ରାଜନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ଧୃବ ଚରଣ ସାହୁ ମହୋଦୟ ପୌରପାଳିକା ର ଚେୟାରମେନ ହେମନ୍ତ ସାହୁ ,ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର , ସ୍ୱାଧୀନତା ଦିବସ ପରିଚାଳନା କମିଟି ର ବହୁ କାର୍ଯ୍ୟକର୍ତ୍ତା ,ବହୁ ସାମ୍ୱାଦିକ, ବୁଦ୍ଧିଜୀବୀ,ସମାଜସେବୀ ଓ ବହୁ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ଏହି ପ୍ୟାରେଡ୍ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟ କ୍ରମ ରେ ନାଚ,ଗୀତ, ଡ୍ରଇଂ, ଜିକେ ପ୍ରତିଯୋଗିତା କରାଯାଇ ବହୁ ମେଧାବୀ ଛାତ୍ର ଓ ଛାତ୍ରୀ ଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ବିଧାୟକ ଯୋଗ ଦେଇ ସ୍ୱାଧୀନତା ବିଷୟରେ କିଛି ଭାଷଣ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ପୌରପାଳିକା ର ଭୁଲ ପାଇଁ କିଛି ଅବ୍ୟବସ୍ଥା ଦେଖାଯାଇଥିଲା। ବର୍ଷା ମାସ ହୋଇ ଥିବାରୁ ପଟ୍ଟାମୁଣ୍ଡାଇ ସ୍ୱାଧୀନତା ପରିଚାଳନା କମିଟି ର ସଭାପତି ତହସିଲଦାର ଙ୍କ ନିର୍ଦ୍ଦେଶ ଥିଲା ପଡ଼ିଆ ରେ ବଡ ଆକାର ରେ ଟେଣ୍ଟ କରିବାକୁ ।କିନ୍ତୁ ପୌରପାଳିକା ର ଉପରିସ୍ଥ ଅଧିକାରୀ କରିବାକୁ ପ୍ରତିଶ୍ରୁତି ଦେଇ ଥିଲେ ମଧ୍ୟ ସେମାନେ ପଡ଼ିଆ ରେ ଟେଣ୍ଟ କରି ନ ଥିଲେ।ଯାହା ଦ୍ୱାରା କି ବର୍ଷା ହେବା ରୁ ଆଠ ଶହ ରୁ ଉର୍ଦ୍ଧ୍ବ ଛାତ୍ର ଓ ଛାତ୍ରୀ ଓଦା ହୋଇ ଏହି ପ୍ୟାରେଡ୍ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ବର୍ଷା ରେ ଓଦା ହୋଇ ଛାତ୍ର ଓ ଛାତ୍ରୀ ମାନେ ନାଚ ଓ ଗୀତ କାର୍ଯ୍ୟ କ୍ରମ କରିବାର ଦୃଶ୍ୟ ପୌରପାଳିକା ଅଞ୍ଚଳ ର ଅଭିଭାବକ ଙ୍କ ମନ୍ ରେ ଦୁଃଖ ଦେଇଛି।ପେଣ୍ଡାଲ ଉପରେ ଖୋଦ୍ ରାଜନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ଓ ପୌରପାଳିକା ର ଅଧ୍ୟକ୍ଷ ଓ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତି ରହି ଓଦା ହୋଇ ଛାତ୍ର ଓ ଛାତ୍ରୀ ଙ୍କ ନାଚ ଓ ଗୀତ ର ମଜା ନେଉ ଥିଲେ।
ଏଥି ପ୍ରଶ୍ନ ଉଠୁଛି ଯଦି ସ୍ୱାଧୀନତା ପରିଚାଳନା କମିଟି ର ସଦସ୍ୟ ଓ ସଦସ୍ୟା କଣ ଜାଣି ନ ଥିଲେ ଏବେ ବର୍ଷା ଋତୁ ଚାଲିଛି ପ୍ୟାରେଡ୍ ର କିଛି ବ୍ୟବସ୍ଥା କରିବା ।କିନ୍ତୁ ଦୁଃଖ ର କଥା ପୌରପାଳିକା ର ଅବ୍ୟବସ୍ଥା ପାଇଁ ଶହ ଶହ ଛାତ୍ର ଓ ଛାତ୍ରୀ ଓଦା ହୋଇ ପ୍ୟାରେଡ୍ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଘର କୁ ଫେରିଛନ୍ତି। ଆଗାମୀ ଦିନ ରେ ସ୍ଵାଧୀନତା ଦିବସ ପାଳନ ବେଳେ ପଟ୍ଟାମୁଣ୍ଡାଇ ସ୍ୱାଧୀନତା ଦିବସ ପରିଚାଳନା କମିଟି ର ସଭାପତି ଧ୍ୟାନ ଦେବେ ବୋଲି ପଟ୍ଟାମୁଣ୍ଡାଇ ପୌରପାଳିକା ଅଞ୍ଚଳ ରେ ଥିବା ସମସ୍ତ ସ୍କୁଲ ର ଅଭିଭାବକ ମାନେ ଦାବି କରିଛନ୍ତି।
ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
