ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ବୌଦ୍ଧରେ ସମ୍ବଲପୁରୀ ଦିନ୍ ପାଳନ I

ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ବୌଦ୍ଧରେ ସମ୍ବଲପୁରୀ ଦିନ୍ ପାଳନ I

ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ବୌଦ୍ଧରେ ସମ୍ବଲପୁରୀ ଦିନ୍ ପାଳନ I

ବୌଦ୍ଧ:୦୧/୮(ନିପ୍ର) ବୌଦ୍ଧ ସଦର ଟାଉନ୍ ହଲ୍ ଠାରେ ଆଜି ମହାସମାରୋହରେ ସମ୍ବଲପୁରୀ ଦିନ୍  ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l  ଏହି ଅନୁଷ୍ଠାନ ତରଫରୁ ବୌଦ୍ଧ ଜିଲ୍ଲାବାସୀଙ୍କୁ ସମ୍ବଲପୁରୀ ପୋଷାକ, ଖାଦ୍ୟ, ନୃତ୍ୟ ଓ ଗୀତର ପ୍ରଚାର ପ୍ରସାର କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା l ପ୍ରଥମେ ଶ୍ରୀ ବହିଦାରଙ୍କ ସ୍ମୃତି ଚାରଣ କରି ମା ଭୈରବୀଙ୍କ ନିକଟରେ ପୂଜାର୍ଚନା ପରେ ଉକ୍ତ ଦିନ ପାଳିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଳା ସଂଯୋଜକ ଦେବାଶିଷ ପୁରୋହିତ ସମ୍ବଲପୁରୀ ଦିନ୍ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂହ ଯୋଗ ଦେଇ ସମ୍ବଲପୁରୀ ଭାଷା , ପୋଷାକ ସହ ସଂସ୍କୃତି ଓ ପରମ୍ପରା ବଞ୍ଚାଇ ରଖିବା ପାଇଁ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ଏହାପରେ ସମ୍ବଲପୁରୀ କଣ୍ଠଶିଳ୍ପୀ କୃଷ୍ଣ ମୁଖୀଙ୍କ ସମ୍ବଲପୁରୀ ଗୀତ ତାଳେ ତାଳେ ଝୁମିଥିଲେ ଦର୍ଶକ । ଜିଲ୍ଲାର ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ଅନୁଷ୍ଠାନ ପକ୍ଷରୁ କୁନି କୁନି କଳାକାର ମାନଙ୍କ ନୃତ୍ୟ ଓ ସଙ୍ଗୀତ ଲୋକଙ୍କୁ ବେଶ ବିମୋହିତ କରିଥିଲା । ବୌଦ୍ଧଜିଲ୍ଲା ଆର୍ଟିଷ୍ଟ ଆସୋସିଏସନ୍ ର କଳାକାର ମାନେ ସମ୍ବଲପୁରୀ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ l  ଆଙ୍କର  ଶ୍ରଦ୍ଧା ସାହୁ, କୃଷ୍ନ ମୁଖୀ, ପ୍ରସନ୍ନଜିତ୍ ସାମଲ, ଟ୍ଵିଙ୍କିଲ ମହାପାତ୍ର, ସୁଜ୍ଞାନ ବାଘ, ସନ୍ତୋଷ ଦାସ, , ନୃତ୍ୟରେ, ଲିଜା, ସିଦ୍ଧି, ସର୍ବେ ଚନ୍ଦ୍ର, ପ୍ରକାଶ, ଶେଖର, ନୂତନ, ଦିପେଶ, ଫକିର ପ୍ରମୁଖ ପରିବେଷଣ କରିଥିଲେ l ଆସନ୍ତା ବର୍ଷ ସମ୍ବଲପୁରୀ ଦୀନ୍ ମହାନଦୀ ଆଳତୀ ଘାଟ ରେ ପାଳନ କରିବାପାଇଁ ମତ ପ୍ରକାଶ ପାଇଥିଲା l କାର୍ଯ୍ୟକ୍ରମକୁ  ବିଶ୍ୱଜିତ୍ ସାହୁ, ସୀତାକାନ୍ତ ସିଂ ଓ ସୁମନ ଷଡ଼ଙ୍ଗୀ, ପରିଚାଳନା କରିଥିଲେ l