ବଜ୍ରପାତରୁ ବର୍ତ୍ତିବା ପାଇଁ ସଚେତନତା କାର୍ଯ୍ୟକ୍ରମ .
ବଜ୍ରପାତରୁ ବର୍ତ୍ତିବା ପାଇଁ ସଚେତନତା କାର୍ଯ୍ୟକ୍ରମ .
ନୟାଗଡ଼, ୨୨.୦୫.୨୦୨୫ ( ଅଶୋକ କୁମାର ସାଥୁଆ )
ଦୈନିକ କାଳବୈଶାଖୀ ସାଙ୍ଗକୁ ବଜ୍ରପାତ ହେଉଛି । ବଜ୍ରପାତ ହେତୁ ଅକାଳରେ ଚାଲିଯାଉଛି ଜୀବନ । କିଏ ଚାଷ ଜମିରେ କାମ କରୁଥିବା ବେଳେ ତ ପୁଣି କିଏ ଖେଳ ପଡ଼ିଆରେ ଖେଳୁଥିବା ସମୟରେ ଟଳି ପଡ଼ୁଥିବା ବେଳେ କାହାର ଯାତାୟାତ ସମୟରେ ପ୍ରାଣହାନୀ ଘଟୁଛି । ଏପରିକି ଏହି ବଜ୍ରପାତ ସମୟରେ ଗୃହପାଳିତ ପଶୁ ମଧ୍ୟ ଅସୁରକ୍ଷିତ ହୋଇପଡୁଛନ୍ତି । ଦୈନିକ ବଜ୍ରପାତଜନିତ ମୃତ୍ୟୁହାର ବୃଦ୍ଧି ପାଇ ଚାଲିଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ଶୋଭା ସାମାଜିକ ଅନୁଷ୍ଠାନ ତରଫରୁ ନୟାଗଡ ବ୍ଲକ୍ ନବଘନପୁର ଗ୍ରାମରେ ଗୋଷ୍ଠି ସ୍ତରୀୟ ସଚେତନତା ଏବଂ ସତର୍କତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସଂସ୍ଥା ସହାୟତାରେ କରାଯାଇଛି । ନିଜ ପରିବାର ସହିତ ଗାଁ ଗହଳିର ଲୋକ ମାନେ ବଜ୍ରପାତ ସମୟରେ ଘରେ ନିରାପଦରେ ରହିବା ସହ ନିଜର ସୁରକ୍ଷା କିଭଳି ନେଇ ପାରିବେ ଏଥି ପାଇଁ ଗ୍ରାମର କିଛି ଏସ୍.ଏଚ.ଜି ଗ୍ରୁପ୍ ଏବଂ ନିର୍ମାଣ ଶ୍ରମିକ ମାନଙ୍କୁ ସଚେତନତା ଏବଂ ଆତ୍ମରକ୍ଷା କୌଶଳ ବିଷୟରେ ବୁଝା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶୋଭା ସ୍ବେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦିକା ରଞ୍ଜୁବାଳା ନନ୍ଦ ଏବଂ ସହକର୍ମୀ ଯୋଗ ଦେଇ ସଭାକୁ ପରିଚାଳନା କରିଥିଲେ ।
ନୟାଗଡ଼ ରୁ ଅଶୋକ କୁମାର ସାଥୁଆଙ୍କ ରିପୋର୍ଟ ବିଶେଷ ଖବର ।