ବାଲି ଚୋରା ଚାଲାଣ ନେଇ କଂଗ୍ରେସର ଅଭିଯୋଗ I

ବାଲି ଚୋରା ଚାଲାଣ ନେଇ କଂଗ୍ରେସର ଅଭିଯୋଗ I
ନୟାଗଡ଼,୨୬/୭:ଚଳିତ ବର୍ଷlଋତୁ ପାଇଁ ଖଣି ବିଭାଗ ନିୟମ ଅନୁସାରେ ନୟାଗଡ ଜିଲ୍ଲାର ସମସ୍ତ ସୈରାତ ବାଲିଘାଟ ବନ୍ଦ ରଖିବା, ବାଲିଘାଟ ନିଲାମଧାରୀ ମାନେ ମେସିନରୀ ଏବଂ କର୍ମଚାରୀ ପ୍ରତ୍ୟାହାର କରିବା ପାଇଁ ଜିଲ୍ଲା ଖଣି ଅଧିକାରୀ ପତ୍ରସଂଖ୍ୟା ୧୯୯୪/୮/୭/୨୦୨୫ ଦ୍ୱାରା ସମସ୍ତ ବାଲିଘାଟ ନୀଳମଧାରୀ ଙ୍କ ପୁତ୍ର ଲଘୁଖଣିଜ ବାଲି ଉତ୍ତୋଳଳ ପ୍ରକ୍ରିୟା ନିଲମ୍ବନ ଆଦେଶ କେବଳ ନାମକୁ ମାତ୍ର ଜାରିଜରାଯାଇଛି କିନ୍ତୁ ବାସ୍ତବ ରେ ଖଣି ଅଧିକାରୀ, ଖଣ୍ଡପଡା ଏସ୍ଡ଼ିପିଓ ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ମିଳିତ ଚକ୍ରାନ୍ତରେ ରାତିରେ ଶହଶହ ଟ୍ରିପ ବାଲି ଚୋରାଚାଲାଣ ଚାଲିଛି l ନୟାଗଡ ସହର କୁ ଆସୁଥିବା ବାଲି ଟ୍ରିପ ପ୍ରତି ୨୦ ହଜାର ଟଙ୍କା ନିଆଯାଉଛି l ପ୍ରତ୍ୟେକ ବାଲି ଟ୍ରିପ ପିଛା ଦୁଇ ରୁ ତିନି ହଜାର ଟଙ୍କା ବେଆଇନ ଆଦାୟ କରାଯାଇ ଚୋରା ବାଲି ଚାଲାଣକୁ ପୋଲିସ ଖଣିବିଭାଗ ପ୍ରଶାସନ ଆଖି ବୁଜିଦେଇଛି l ବର୍ଷା ଋତୁ ସମୟରେ ବାଲିଘାଟ ଲିଜ ନିଲମ୍ବନ ସମୟରେ ବାଲି ଉତ୍ତୋଳନ ମାଇନିଙ୍ଗ୍ ଅପରେସନ ଚାଲିଲେ ସମ୍ପୃକ୍ତ ବାଲିଘାଟ ଲିଜ୍ ବିରୁଦ୍ଧରେ ଏଫଆଇଆର ହେବା ସହ ଲିଜ ବାତିଲ କରାଯିବ ବୋଲି ଖଣି ଅଧିକାରୀଙ୍କ ପତ୍ରରେ ଉଲ୍ଲେଖ ରହିଥିବା ସତ୍ତ୍ୱେ ଗତକାଲି ୨୫ ଜୁଲାଇ ରାତିରେ ସିଧାମୂଳl ବାଲିଘାଟରୁ ମେସିନ ଦ୍ୱାରା ବାଲି ଉତ୍ତୋଳନ ଏବଂ ଟିପର ହାଇୱା ଦ୍ୱାରା ବାଲି ଚାଲାଣ ହେଉଥିବା ଲାଇଭ ଭିଡିଓ ଫୋଟୋ ଦେଇ ଆଜି ନୟାଗଡ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଖଣି ବିଭାଗ, ନୟାଗଡ ଜିଲ୍ଲପାଳ ଏବଂ ନୟାଗଡ ଏସପିଙ୍କୁ ମାଇଁନିଙ୍ଗ ଅପେରସନ ପ୍ରମାଣ ଦେଇ ଟୁଇଟ କରି ସମ୍ପୃକ୍ତ ସିଧାମୂଳl ବାଲିଘାଟ ତଥା ଅନ୍ୟ ପ୍ରମୁଖ ବାଲିଘାଟ ନୀଳମଧାରୀ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛନ୍ତି l ବାଲିଘାଟ ବନ୍ଦ ପାଇଁ ସ୍ୱତନ୍ତ୍ର ନିର୍ଦ୍ଧେଶନାମl ବଳବତ୍ତର ଥିବାବେଳେ ପ୍ରତ୍ୟେକ ରାତିରେ ଶହଶହ ବାଲି ଲୋଡ଼ ହାଇୱା ବାଣପୁର ଛକ,କଣ୍ଟିଲୋ, ଭାପୁର ଦେଇ ଭୁବନେଶ୍ୱର ଏବଂ ଖଣ୍ଡପଡା ରାସ୍ତାରେ ନୟାଗଡ ଆସୁଥିବାର କେମିତି ଖଣ୍ଡପଡା ଏସ୍ଡ଼ିପିଓ ନୟାଗଡ ଖଣି ଅଧିକାରୀ ଜାଣି ପାରୁନାହାଁନ୍ତି ବୋଲି କଂଗ୍ରେସ ନେତା ଶ୍ରୀ ଦାଶ ଜିଲ୍ଲାପାଳ ମହାଶୟଙ୍କୁ ପ୍ରଶ୍ନ କରିଛନ୍ତି l ବର୍ଷାଋତୁ ସମୟରେ ଯଦି ବାଲି ଚୋରାଚାଲାଣକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଏବଂ ଏସପି ଟାସ୍କଫୋର୍ସ ଗଠନ କରି ବନ୍ଦ କରିବେ ନାହିଁ ତେବେ ନୟାଗଡ ଜିଲ୍ଲାର ଲଘୁଖଣିଜ ସମ୍ପଦ ସୁରକ୍ଷା ନୟାଗଡ ଜିଲ୍ଲାପାଳ, ଏସପି ଏବଂ ଜିଲ୍ଲା ଖଣି ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇ ମାନବ ଅଧିକାର କମିଶନଙ୍କ ଅଦାଲତରେ ଲିଖିତ ଅଭିଯୋଗ ଦାଏର କରାଯିବ ବୋଲି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରେସବାର୍ତ୍ତା ମାଧମରେ ଜଣାଇଛନ୍ତି l
ନୟାଗଡ଼ରୁ ଅଶୋକ କୁମାର ସାଥୁଆ, ବିଶେଷ ଖବର