ବାଲେଶ୍ୱର ଜିଲ୍ଲା ପ୍ରଶାସନ ପାଳନ କଲା ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ, ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି

ବାଲେଶ୍ୱର ଜିଲ୍ଲା ପ୍ରଶାସନ ପାଳନ କଲା ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ, ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି

ବାଲେଶ୍ୱର, ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ତାରିଖ -୧୪/୦୪/୨୦୧୬

    ବାଲେଶ୍ୱର ଜିଲ୍ଲା ପ୍ରଶାସନ   ଆନୁକୂଲ୍ୟରେ ଭାରତରତ୍ନ ବାବା ସାହେବ ଡଃ ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଏବଂ ଓଡ଼ିଆ ପକ୍ଷର ଶେଷ ଦିନ ଅବସରରେ ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ପାଳିତ ହୋଇଛି । 

   ସକାଳ ୮.୦୦ ଘଟିକା ସମୟରେ ସ୍ଥାନୀୟ ପୋଲିସ ଲାଇନ ଛକ ଠାରେ ଥିବା ଡଃ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ ମାଲ୍ୟାର୍ପଣ କରିଥିଲେ । 

     ସକାଳ ଘ ୮.୧୫ ଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ଝୋଟି, ଚିତା, ମୁରୁଜ ଓ ପିଠାପଣା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଅନେକ ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ଏଠାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟ କ୍ରମ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ଵିନୀ ରାଉତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । 

    ପୂର୍ବାହ୍ନ ଘ.୧୦.୩୦ ଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଡିଟୋରିୟମ ହଲ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ସଦର ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଯୋଗଦେଇଥିଲେ । ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ।

ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ବାଲେଶ୍ୱର ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ତଥା ଭାରପ୍ରାପ୍ତ ଉପ ଜିଲ୍ଲାପାଳ, ବାଲେଶ୍ୱର ଡଃ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ମଞ୍ଚାସୀନ ଥିଲେ । ବାଲେଶ୍ୱର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବୁଢ଼ାନ ହେମ୍ବ୍ରମ ମଞ୍ଚ ପରିଚାଳନା କରିଥିଲେ ।

*

*

*