ବିଧାୟକ ନରସିଂହ ମାଡ଼କାମିଙ୍କ ଅନୁରୋଧ: ଖରିଫ ବିପଣନ ଋତୁ ୨୦୨୫-୨୬ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ସରଳୀକରଣ I

ବିଧାୟକ ନରସିଂହ ମାଡ଼କାମିଙ୍କ ଅନୁରୋଧ: ଖରିଫ ବିପଣନ ଋତୁ ୨୦୨୫-୨୬ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ସରଳୀକରଣ .
ମାଥିଲି ୨୨/ ୭/ ୨୦୨୫: ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡ଼କାମି ଖାଦ୍ୟ ଯୋଗାଣ ଓ ଗ୍ରାହକ କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଖରିଫ ବିପଣନ ଋତୁ (କେଏମଏସ) ୨୦୨୫-୨୬ ପାଇଁ ଧାନ ସଂଗ୍ରହ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ସରଳୀକରଣ ପାଇଁ ଅନୁରୋଧ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ଚାଷୀମାନେ ପଞ୍ଜିକରଣରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯାହା ସେମାନଙ୍କ ଜୀବିକାକୁ ପ୍ରଭାବିତ କରିପାରେ।
ଯେଉଁ ଚାଷୀଙ୍କ ଜମି ପଟ୍ଟା ସେମାନଙ୍କ ବାପା, ଜେଜେବାପା କିମ୍ବା ପଡ଼ାଜେଜେବାପାଙ୍କ ନାମରେ ରହିଛି, ସେମାନଙ୍କୁ ପଞ୍ଜିକରଣ ପାଇଁ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ପୂର୍ବରୁ ରେଭେନ୍ୟୁ ଇନ୍ସପେକ୍ଟର (ଆରଆଇ)ଙ୍କ ଲିଖିତ ଅନୁମୋଦନରେ ପଞ୍ଜିକରଣ ହେଉଥିଲା। ବିଧାୟକ ଏହି ପଦ୍ଧତି ଚଳିତ ବର୍ଷ ପାଇଁ ପୁନଃପ୍ରଚଳନ କରିବାକୁ ଅନୁରୋଧ କରିଛନ୍ତି।
ଏହାଛଡ଼ା, ଏକାଧିକ ଆଇନଗତ ଉତ୍ତରାଧିକାରୀଙ୍କ ନାମରେ ଥିବା ଏକ ପଟ୍ଟା ପାଇଁ ସମସ୍ତଙ୍କୁ ପଞ୍ଜିକରଣ ସମୟରେ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ। ଏହା ଅସୁବିଧା ସୃଷ୍ଟି କରୁଛି । ପୂର୍ବରୁ ରେଭେନ୍ୟୁ ଇନ୍ସପେକ୍ଟର (ଆରଆଇ)ଙ୍କ ଲିଖିତ ଅନୁମୋଦନରେ ପଞ୍ଜିକରଣ ହେଉଥିଲା। ବିଧାୟକ ଏହି ପଦ୍ଧତି ପୁନଃପ୍ରଚଳନ କରିବାକୁ ଅନୁରୋଧ କରିଛନ୍ତି।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର