ବିଭିନ୍ନ ଶୈବପୀଠରେ ଜଳ ଲାଗି ନିମନ୍ତେ କାଉଡ଼ିଆଙ୍କ ଭିଡ଼
ଖଣ୍ଡପଡ଼ା ୧|୮ (ଵିଶେଷ ଖବର) ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ଜଳ ଲାଗି ନିମନ୍ତେ କଣ୍ଟିଲୋ,ବାଣପୁର ଓ ସିଧାମୂଳା ଗ୍ରାମ ପାର୍ଶ୍ବ ଦେଇ ପ୍ରବାହିତ ମହାନଦୀର ବିଭିନ୍ନ ଘାଟରେ ହଜାର ହଜାର କାଉଡିଆଙ୍କ ଭିଡ ଶନିବାର ପରିଲକ୍ଷିତ ହୋଇଛି। ଖଣ୍ଡପଡ଼ା ଏହାର ଆଖପାଖ ଅଞ୍ଚଳରେ ଅବସ୍ଥିତ ପ୍ରମୁଖ ଶୈବପୀଠ ଗୁଡିକ ଏ ନେଇ ଚଳଚଞ୍ଚଳ ହୋଇ ଉଠିଛି।ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଥିବା ଜଣାପଡିଛି।ସେହିପରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାଉଡିଆମାନଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପରିଲକ୍ଷିତ ହେଉଛି। ଚଳିତ ବର୍ଷ କାଉଡ଼ିଆ ଯାତ୍ରାରେ ଅନେକ ମହିଳା ସାମିଲ ହୋଇଥିବା ବେଳେ ବୋଲବମ ଡାକରେ ରାସ୍ତାଘାଟ କମ୍ପୁଛି।ଏକାଧିକ କାଉଡିଆ ମହାନଦୀ ଘାଟରୁ ପବିତ୍ର ଜଳ ଧରି ନୟାଗଡ ଜିଲ୍ଲାର ଅନ୍ୟତମ ପ୍ରମୁଖ ଶୈବପୀଠ ଶରଣକୂଳସ୍ଥିତ ଶ୍ରୀଲଡୁବାବାଙ୍କ ପୀଠ,ପ୍ରଭୁ ଶ୍ରୀ ଦ୍ବୀତିକେଶ୍ବର ଦେବଙ୍କ ପୀଠ,ଖୁଣ୍ଟୁପଡା ଗ୍ରାମସ୍ଥିତ ପ୍ରଭୁ ଶ୍ରୀ ରାମେଶ୍ୱର ଦେବଙ୍କ ପୀଠ ସମେତ ଅନ୍ଯାନ୍ଯ ଶୈବପୀଠକୁ ଯାତ୍ରା ଆରମ୍ଭ କରିଥିବା ବେଳେ ରାସ୍ତାରେ ସବୁଠି କାଉଡ଼ିଆମାନଙ୍କୁ ଅଞ୍ଚଳବାସୀ ଭବ୍ଯ ସ୍ବାଗତ କରୁଥିବା ନଜରକୁ ଆସୁଛି।
ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର


admin 
