ମହିୟସୀ ପାର୍ବତୀ ବେହୁରାଙ୍କୁ ଶ୍ରଦ୍ଧାଞ୍ଜଳି
ମହିୟସୀ ପାର୍ବତୀ ବେହୁରାଙ୍କୁ ଶ୍ରଦ୍ଧାଞ୍ଜଳି ପଟ୍ଟାମୁଣ୍ଡାଇ ସଦର ତା୯/୮(ଆପ୍ର) ବାଲିପାଟଣା ଗ୍ରାମର ମଧୁସୂଦନ ବେହୁରାଙ୍କ ଧର୍ମପତ୍ନୀ ବିଶିଷ୍ଟ ଧର୍ମ ପରାୟଣା, ପରୋପକାରୀ, ଦୟାଳୁ ମହିୟସୀ ପାର୍ବତୀ ବେହୁରାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସାମ୍ବାଦିକ ଚିତ୍ତ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାକ୍ତନମନ୍ତ୍ରୀ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପ୍ରାକ୍ତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ପ୍ରିୟଦର୍ଶନୀ ତରାଇ, ଆଦର୍ଶ ଥାନା ଅଧିକାରୀ ଶ୍ରୀମତୀ ବନ୍ଦନା ପାତ୍ର, ସମାଜସେବି ହାପି କର,ବର୍ଷିଆନ ସମାଜସେବୀ ବରାହ ଚରଣ ସାମଲ, ଧିରେନ ସାହୁ,ପ୍ରାକ୍ତନ ସରପଞ୍ଚ ବିଜୟାନନ୍ଦ ପରିଡା,କିଶୋର ଜେନା, ସରପଞ୍ଚ ଅଜିତ ନାୟକ, ଯୁବନେତା ମଣ୍ଟୁ ସ୍ୱାଇଁ, ନିରଞ୍ଜନ ସୁନ୍ଦରାୟ,ସମ୍ବିତ ଶ୍ରୀଚନ୍ଦନ, ଗ୍ରାମ ଦେବତୀ ମୋହିନୀ ଦେବି ପରିଚାଳନା କମିଟି ସଭାପତି ବିଭୁତି ଭୂଷଣ ଜେନା, ଅବସରପ୍ରାପ୍ତ ଅଡିଟର ଦିନମଣି ମଲ୍ଲିକ, ରେଳବାଇ ଅଧିକାରୀ ବିଭୁଦତ୍ତ ନାୟକ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ଧ୍ରୁବ ଅନ୍ନପୂର୍ଣ୍ଣା କଲାପରିଷଦ ପକ୍ଷରୁ ସଭାପତି ନଳିନୀ ସ୍ବାଇଁଙ୍କ ନେତୃତ୍ତ୍ୱରେ କଳାକାର ଭକ୍ତିସଙ୍ଗୀତ, ମନବୋଧ ଚଉତିଶା, କୀର୍ତ୍ତନ ଆଦି ପରିବେଷଣ ଉପସ୍ଥିତ ଦର୍ଶନ ମାନଙ୍କୁ ଭାବ ବିହ୍ଵଳ କରିଥିଲା।ଏହି ଦ୍ୱାଦଶାହ କାର୍ଯ୍ୟକ୍ରମ ଶେଷରେ ଦିବଂଗତା ପାର୍ବତୀ ବେହୁରାଙ୍କ ଏକମାତ୍ର ପୁତ୍ର ମନ୍ମଥ କୁମାର ବେହୁରା ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ବେହୁରା ପରିବାର ସମସ୍ତ ସଦସ୍ୟ ସଦସ୍ୟା, ଆତ୍ମୀୟ ସ୍ୱଜନ ପରିଚାଳନା କରିଥିଲେ।
କେନ୍ଦ୍ରାପଡ଼ା ରୁ ପ୍ରମୋଦ କୁମାର ଜେନା ରିପୋର୍ଟ ବିଶେଷ ଖବର


admin 
