ମାଟ୍ରିକ ପରୀକ୍ଷାରେ ବୌଦ୍ଧ ଜିଲ୍ଲାର ଉଲ୍ଲେଖନୀୟ ସଫଳତା: ୬୨୭୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ, ପାସ୍ ହାର ୯୫.୫୮%। ୧୩ ଟି ବିଦ୍ୟାଳୟର ପାସ୍ ହାର ଶତ ପ୍ରତିଶତ l

ମାଟ୍ରିକ ପରୀକ୍ଷାରେ ବୌଦ୍ଧ ଜିଲ୍ଲାର ଉଲ୍ଲେଖନୀୟ ସଫଳତା: ୬୨୭୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ, ପାସ୍ ହାର ୯୫.୫୮%। ୧୩ ଟି ବିଦ୍ୟାଳୟର ପାସ୍ ହାର ଶତ ପ୍ରତିଶତ l

ବୌଦ୍ଧ:୦୨/୫

ଚଳିତ ବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ୨୦୨୬ ର ବାର୍ଷିକ ହାଇସ୍କୁଲ ସର୍ଟିଫିକେଟ / ମାଟ୍ରିକ ପରୀକ୍ଷା ଫଳାଫଳରେ ୯୫.୫୮% ପାସ୍ ହାର ସହ ବୌଦ୍ଧ ଜିଲ୍ଲା ଭଲ ସଫଳତା ଅର୍ଜନ କରିଛି।  

ଏବର୍ଷ ଜିଲ୍ଲାର ୭୯ଟି ବିଦ୍ୟାଳୟରୁ ମୋଟ ୬୬୨୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ। ସେଥିରୁ ୬୬ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ l 

ଫଳାଫଳ ଅନୁସାରେ ୬୫୬୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୨୭୧ ଜଣ ସଫଳ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୯୬୪ ଜଣ ଛାତ୍ର ଓ ୩୩୦୭ ଜଣ ଛାତ୍ରୀ ଅଛନ୍ତି।ଗ୍ରେଡ୍ ଅନୁସାରେ A1 ଶ୍ରେଣୀରେ ୧୨ଜଣ, A2 ରେ ୯୯ ଜଣ, B1 ରେ ୨୬୯ ଜଣ, B2 ରେ ୬୯୦ ଜଣ, C ରେ ୧୫୨୮ ଜଣ, D ରେ ୨୦୬୦ ଜଣ, E ରେ ୧୬୧୩ ଜଣ ଓ F ଗ୍ରେଡ଼ ରେ ୨୯୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।୧୩ ଟି ବିଦ୍ୟାଳୟର ପାସ୍ ହାର ଶତ ପ୍ରତିଶତ ରହିଛି l 

ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l