ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବର୍ହି ବିଭାଗରେ ଅଗ୍ନି କାଣ୍ଡ।

ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବର୍ହି ବିଭାଗରେ ଅଗ୍ନି କାଣ୍ଡ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବର୍ହି ବଭାଗ ରେ ଅଗ୍ନିକାଣ୍ଡ । ବୁଧବାର ଦିନ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅପରାହ୍ନ ୩:୩୦ସମୟରେ ଚକ୍ଷୁ ବର୍ହି ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁଁ ହୋଇଥିବା ସୂଚନା ମିଳିଛି।
ଚିକିତ୍ସାଳୟରେ ଲାଗିଥିବା ଅଗ୍ନି ନିରାପକ ଯନ୍ତ୍ର କାର୍ଯ୍ୟକ୍ଷମ ଥିବାରୁ ନିଆଁ ଆୟତ ହୋଇଥିଲା ଯାହା ଫଳରେ କୌଣସି ବଡ଼ ଅଘଟଣ ଘଟିନଥିଲା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ ରୂପେ ଲିଭାଇଥିଲେ।ଏହି ଅଗ୍ନିକାଣ୍ଡରେ ଚକ୍ଷୁ ବର୍ହି ବିଭାଗରେ ଲାଗିଥିବା ଏକ ଏସି ପୋଡି ଯାଇଥିବା ବେଳେ ଅନ୍ୟ କୌଣସି ଯନ୍ତ୍ରପାତି ପୋଡି ନାହିଁ ଏବଂ ଏହି ଅଗ୍ନିକାଣ୍ଡ ଘଟିବା ସମୟରେ ଚକ୍ଷୁ ବର୍ହି ବିଭାଗରେ ରୋଗୀ କିମ୍ବା କୌଣସି କର୍ମଚାରି ନଥିବାରୁ ଅନ୍ୟ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।