ରନ୍ଧା ଖାଦ୍ୟ ବଣ୍ଟନ କରୁଛି ପ୍ରଶାସନ
ମାଲକାନଗିରି ଜିଲ୍ଲା ରେ ଲଗାଣ ବର୍ଷା, ସମସ୍ତ ବିଦ୍ୟାଳୟ ଛୁଟି, ବୁଡ଼ିଲା ଅନେକ ବ୍ରିଜ୍,
ମାଲକାନଗିରି ଜିଲ୍ଲା ରେ ଲଗାଣ ବର୍ଷା, ସମସ୍ତ ବିଦ୍ୟାଳୟ ଛୁଟି, ବୁଡ଼ିଲା ଅନେକ ବ୍ରିଜ୍,
ବର୍ଷାରେ ବେହାଲ ସମଗ୍ର ମାଲକାନଗିରି ଜିଲ୍ଲା । ଦୁଇ ଦିନର ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସମସ୍ତ ନଦିରେ ସ୍ଥିତି ସଙ୍ଗିନ ହୋଇଛି । ଆଜି ମାଲକାନଗିରି ଜିଲ୍ଲାରେ 804 ମିଲିମିଟର ବର୍ଷା ହୋଇଥିବା ବେଳେ ପୋଟେରୁ, କାଙ୍କୁରୁକୋଣ୍ଡା, କନ୍ୟାଶ୍ରମ ଓ ଏମଭି-96 ନଦୀ ପୋଲ ଉପରେ ତିନି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ପରିସ୍ଥିତି କୁ ଦେଖି ସମସ୍ତ ବିଦ୍ୟାଳୟ ଛୁଟି, ବୁଡ଼ିଲା ଅନେକ ପୋଲ, ସୁଖା ଓ ରନ୍ଧା ଖାଦ୍ୟ ବଣ୍ଟନ କରୁଛି ପ୍ରଶାସନ କୋରାପୁଟ ରୁ ଓଡ୍ରାଫ ଟିମ ଆସି ମାଲକାନଗିରି ପହଞ୍ଚିଛନ୍ତି ।
326 ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଶହ ଶହ ଯାନ ବାହାନ ଅଟକି ରହିଛି । ବସ ଯାତ୍ରୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୋଲ ଉପରେ ପାଣି ଚାଲୁଥିବା ଯୋଗୁଁ ଜିଲ୍ଲାର କାଲିମେଳା ଓ ପଡିଆ ବ୍ଲକ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଶିକ୍ଷକ ମାନେ ବିଦ୍ୟାଳୟକୁ ଯାଇ ପାରୁନଥିବା ବେଳେ ପୋଲ ନିକଟରେ ଅଟକି ରହିଛନ୍ତି। ଯାତ୍ରୀ ମାନଙ୍କୁ ସୁଖିଲା ଓ ରନ୍ଧା ଖାଦ୍ୟ ଦେବା ଲାଗି ପଞ୍ଚାୟତ ତରଫରୁ ବେବସ୍ତା କରାଯାଇଛି।


admin 
