ରାଜନଗର ପୋଲିସ ପ୍ରଶାସନ ତରଫରୁ ନିଶା ମୁକ୍ତ ଭାରତ ଅଭିଯାନ।
ରାଜନଗର ପୋଲିସ ପ୍ରଶାସନ ପକ୍ଷରୁ କୁରୁଣ୍ଟି ଓ ହାତୀନା ସ୍କୁଲ ରେ ନିଶା ମୁକ୍ତ ଭାରତ ସଚେତନତା ଅଭିଯାନରେ ଦୁଇ ସ୍କୁଲ୍ ର ଛାତ୍ର ଓ ଛାତ୍ରୀ ଯୋଗ ଦେଇଥିଲେ।ରାଜନଗର ଥାନା ର ଆଇଆଇସି ରତି ରଞ୍ଜନ ନାୟକ ଯୋଗ ଦେଇ ସମସ୍ତ ଙ୍କୁ ନିଶା ମୁକ୍ତ ଉପରେ ଶପଥ ପାଠ କରାଇଥିଲେ। ଦୁଇ ସ୍କୁଲ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ପୋଲିସ ଟିମ୍ ଉପସ୍ଥିତ ଥିଲେ। ନିଶା କି ପରି ସମାଜ କୁ କବଳିତ କରିଛି ସମାଜ ର ଯୁବ ପିଢ଼ି କୁ ନଷ୍ଟ କରୁଛି ତାହା ଉଦାହରଣ ଦେଇ ବୁଝାଇ ଥିଲେ ରାଜନଗର ଆଇଆଇସି ରତି ରଞ୍ଜନ ନାୟକ।ଯଦି ଗୋଟେ ସୁସ୍ଥ ସମାଜ ଗଠନ ହେବାକୁ ହେଲେ ଆମ ଦେଶ ରେ ପ୍ରଥମ ନିଶା ଠାରୁ ଆମେ ଦୂରେଇ ରହିବା ଦରକାର।ଆଜି କାଲି ଯୁବ ଗୋଷ୍ଠି ନିଶା ଗ୍ରସ୍ତ ହୋଇ ନିଜ ପରିବାର,ସମାଜ ଓ ଦେଶ ର କ୍ଷତି ପହଞ୍ଚାଉଛି ସେଇ ବିଷୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଛାତ୍ର ଓ ଛାତ୍ରୀ ଙ୍କୁ ଉପଦେଶ ଦେଇ ଥିଲେ ସମସ୍ତେ ଆମେ ନିଶା ମୁକ୍ତ ଭାରତ ଗଠନ ରେ ସାମିଲ ହୋଇ ନିଶା କୁ ଦୂରେଇ ଆମ ମାନେ ଏକ ସୁସ୍ଥ ସମାଜ ଗଠନ ରେ ସହାୟକ ହୋଇ ପାରିବା।ଶେଷ ରେ ସମସ୍ତେ ନିଶା ମୁକ୍ତ ସମାଜ ପାଇଁ ଶପଥ ପାଠ କରିଥିଲେ।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
