ସିବିଏସି ପରୀକ୍ଷାରେ ଶ୍ରେୟାନ ଶେଖର ମହାରଣା ଖଣ୍ଡପଡା ବ୍ଲକ ଟପର

ସିବିଏସି ପରୀକ୍ଷାରେ ଶ୍ରେୟାନ ଶେଖର ମହାରଣା  ଖଣ୍ଡପଡା ବ୍ଲକ ଟପର

 କଣ୍ଟିଲୋ(ରଜତ ଦାସ୍)କଣ୍ଟିଲୋ ଗ୍ରାମ ପଂଚାୟତ ଅଧୀନ ମାଧବ ଚୌଧୁରୀ ପାଟଣା ଗ୍ରାମର ବାସିନ୍ଦା ସୁରଜ ପ୍ରକାଶ ମହାରଣା ଓ ମାତା ଲୁଇନା ମହାରଣାଙ୍କ ସୁପୁତ୍ର ଶ୍ରେୟାନ ଶେଖର ମହାରଣା ଚଳିତ ସିବିଏସି ୧୦ମ ପରୀକ୍ଷାରେ ଖଣ୍ଡପଡା ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଶ୍ରୀ ମହାରଣା ଓଡିଶା ଆଦର୍ଶ ବିଦ୍ୟାଳୟ, ତରାଣ୍ଡୋ, ଖଣ୍ଡପଡା ରେ ଅଧୟନ କରୁଥିଲେ। ସେ ଜଣେ ମେଧାବୀ ଛାତ୍ର ଥିଲେ।ଏପରି ସଫଳତା ଲାଗି ଶ୍ରେୟାନ ପ୍ରଥମେ ଆଦର୍ଶ ସ୍କୁଲର ପ୍ରିନସିପାଲ ଶୁଭଲଷ୍ମୀ ସାହୁ, ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଜଣାଇଛନ୍ତି।ଏହି ସଫଳତା ପାଇଁ ବାପା ଓ ମାଙ୍କୁ ଶ୍ରେୟ ଦେଇଛନ୍ତି। ଦିନକୁ ୬ ରୁ ୭ ଘଣ୍ଟା ପରିଶ୍ରମ କରୁଥିଲେ। ମୋଟ ୫00 ମାର୍କରୁ ଶତକଡା ୯୭. ୨ ହାରରେ ୪୮୬ ମାର୍କ ରଖି ଖଣ୍ଡପଡା ବ୍ଲକରେ ଟପର ହେବା ସହିତ କଣ୍ଟିଲୋ ପାଇଁ ଗର୍ବ ଆଣିଛନ୍ତି। ଏପରି ସଫଳତା ପାଇଁ କଣ୍ଟିଲୋ ବାସି ପୁଅର ସଫଳତା ପାଇଁ ତାଙ୍କର ବାପାଙ୍କୁ ଶୁଭେଛା ଜଣାଇଛନ୍ତି।ଶିକ୍ଷା ଏକାଡେମୀ ମୁଖ୍ୟ(କୋଚିଂ) ଖଳିସାହି- ସତ୍ୟଜିତ ସାରଙ୍କ ପ୍ରଚ୍ଛନ ହାତ ରହିଥିବା ଶ୍ରୀ ମହାରଣା ପ୍ରକାଶ କରିଥିଲେ। 

ଦିନକୁ ୭ ରୁ ୮ ଘଣ୍ଟା ପରିଶ୍ରମ କରୁଥିଲେ। ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ ରହିଛି ବୋଲି ସୂଚନା ଦେଇଥିଲେ।