ସୁରକ୍ଷିତ ମାତୃତ୍ୱ ଲାଭକଲେ ଉଦ୍ଧାର ହୋଇଥିବା ଗୋମାତା .

ସୁରକ୍ଷିତ ମାତୃତ୍ୱ ଲାଭକଲେ ଉଦ୍ଧାର ହୋଇଥିବା ଗୋମାତା
ମାଲକାନଗିରି ଜିଲ୍ଲା ଓର୍କେଲ୍ ଥାନାରେ ଗତ ୧୬ ମାର୍ଚ୍ଚ୍ ୨୦୨୫ ସନ୍ଧ୍ୟା ସମୟରେ ପୋଲିସ୍ ଓ ମନୋଜ୍ ଖିଲଙ୍କଟିମ୍ କତଲ ଖାନାକୁ ଯାଉଥିବା ମୋଟ ୨୫ ଗୋବଂଶ ଉଦ୍ଧାର କରିଛନ୍ତି
ଆଜି ୧୨ ଦିନ ପରେ ଗୋଟିଏ ଗୋମାତା ମାତୃତ୍ୱ ଲାଭକରି ଜନ୍ମ କରିଛନ୍ତି ମାଇ ବାଛୁରିଟିଏ
ଆଉ ପ୍ରାୟ ୫ ଜଣ ଗୋମାତା ଅସନ୍ନ ପ୍ରସବ ଅବସ୍ଥାରେ ଅଛନ୍ତି
ଗୋଶାଳାର ସଭାପତି ବ୍ରହ୍ମଚାରୀ ମାଧବ ଚୈତନ୍ୟ ଜୀ ବହୁତ ଖୁସି ଏହିକିଯେ ପୁଣି ପୁରିଉଠିଲା ଗୋଶାଳା ଓ ବୃଦ୍ଧି ହୋଇଛି ଗୋବଂଶ
ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଗୋଶାଳା ର ପ୍ରତିଷ୍ଠାତା ସ୍ୱର୍ଗତ ସୁନିଲ୍ ଦାସଙ୍କ ସ୍ୱପ୍ନ ଅଜି ସାକାର ହେବାକୁଯାଉଛି
କତଲ ଖାନାକୁ ଯାଉଥିବା ଗୋବଂଶର ଉଦ୍ଧାର ସହ ଏକ ନୂତନ ଅଧ୍ୟାୟର ଆରମ୍ଭକୁ ନେଇ ଗୋଶାଳାର ସମସ୍ତ ସଦସ୍ୟ ଆଜି ଅନେକ ଖୁସି
ପୋଲିସ୍ ନିଜତରଫରୁ ସୁରକ୍ଷା ବ୍ୟବସ୍ଥା ଦେଉଥିବାବେଳେ ମନୋଜ୍ ଓ ସାଥୀ ବର୍ତ୍ତମାନ ପର୍ଯ୍ୟନ୍ତ ଖାଇବା ଆବାସ ତଥା ଗୋଶାଳାର ସଫେଇ କାର୍ଯ୍ୟ ନିଜ ହାତକୁ ନେଇଛନ୍ତି ମାଲକାନଗିରି ରୁ ଆବ୍ରାହମ କୁମାର ସେନାପତି