୩ ଆଇ ଆର ବି ଯବାନ ଙ୍କୁ ବାନ୍ଧିଲା ମନମୁଣ୍ଡା ପୋଲିସ ।

୩ ଆଇ ଆର ବି ଯବାନ ଙ୍କୁ ବାନ୍ଧିଲା ମନମୁଣ୍ଡା ପୋଲିସ ।
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନିକଟସ୍ଥ ଆଇ ଆର ବି ବେରେକ ରୁ ୧୫ କେଜି ଗଞ୍ଜେଇ ଜବତ । ୩ ଜଣ ପଞ୍ଚମ ଆଇ ଆର ବି ବାଟାଲିୟନ ର ଯବାନ ଗିରଫ । ଗିରଫ ଙ୍କ ମଧ୍ୟରେ ଜଣେ ହାବିଲଦାର ଓ ଦୁଇ ଜଣ କନେଷ୍ଟବଳ ଥିବା ସୂଚନା । ଗଞ୍ଜେଇ ଚାଲାଣ ରେ ସଂପୃକ୍ତ ଥିବା ସୂଚନା । ଗିରଫ ଯବାନ ଙ୍କୁ କୋର୍ଟ ଚାଲାଣ କଲା ମନମୁଣ୍ଡା ପୋଲିସ । ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ଅଂଚଳରେ ନକ୍ସଲ ଙ୍କ ଗତିବିଧି କୁ ନେଇ ନଜର ରଖିବା ଏବଂ ଗଞ୍ଜେଇ ଚାଲାଣ ଉପରେ ନଜର ରଖିବା ପାଇଁ ପଞ୍ଚମ ଆଇ ଆର ବି ବାଟାଲିୟନ ର ଏକ ପ୍ଲାଟୁନ କୁ ମନମୁଣ୍ଡା ଥାନା ପରିସର ରେ ଥିବା ବେରେକ ରେ ନିୟୋଜିତ କରାଯାଇଥିଲା । ତେବେ ଗତକାଲି ବେରେକରେ ବାଟାଲିୟନ ର ୩ ଜଣ ଯବାନ ଗଞ୍ଜେଇ ରଖିଥିବା ନେଇ ପୋଲିସ ସୂଚନା ପାଇବା ପରେ ସେଠାରେ ଚଢାଉ କରିଥିଲା ଏବଂ ୩ ଜଣ ଯବାନ ଙ୍କ ନିକଟରୁ ୧୫ କେଜି ୯୩୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହିତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ହାବିଲଦାର କୁନାର ସିଂହ ତାଙ୍କ ନିକଟରୁ ୫ କେଜି, କନେଷ୍ଟବଳ ତ୍ରିଲୋଚନ ରଣା ତାଙ୍କ ନିକଟରୁ ୭ କେଜି ଓ କନେଷ୍ଟବଳ ନିଲମ୍ ବାର୍ଲା ତାଙ୍କ ନିକଟରୁ ୩ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ତେବେ ଏମାନେ କେଉଁ କାରଣରୁ ଗଞ୍ଜେଇ ଆଣି ନିଜ ପାଖରେ ରଖିଥିଲେ ଏବଂ ଚାଲାଣ କରୁଥିଲେ ନା ଏମାନେ ବେପାର ରେ ସଂପୃକ୍ତ ଥିଲେ ସେ ନେଇ ତଦନ୍ତ ଚାଲିଥିବା ବେଳେ ଏମାନଙ୍କ ସହିତ ଅନ୍ୟ କୌଣସି ପୋଲିସ କର୍ମଚାରୀ ଙ୍କ ସଂପୃକ୍ତି ଅଛି ନା ନାହିଁ ସେ ଦିଗରେ ମଧ୍ୟ ତଦନ୍ତ ଜାରି ରହିଥିବା ନେଇ ଏସପି ରାହୁଲ ଗୋଏଲ ସୂଚନା ଦେଇଛନ୍ତି। ଏବଂ ସୂଚନା ପାଇବା ପରେ ଯିଏ ହେଲେ ମଧ୍ୟ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।
:ବୌଦ୍ଧ ରୁ ରବିନ୍ଦ୍ର ପଟ୍ଟନାୟକ ଙ୍କ ରିପୋର୍ଟ ବିଶେଷ ଖବର ।