୭ମାସ ଧରି ଅଚଳାବସ୍ଥା ରେ ରାଇପୁର ସୋସାଇଟି

୭ମାସ ଧରି ଅଚଳାବସ୍ଥା ରେ ରାଇପୁର ସୋସାଇଟି

ନୟାଗଡ଼ ୨୮. ୭ ନୟାଗଡ଼ ଜିଲ୍ଲା ନୂଆ ଗାଁ ବ୍ଲକ ରାଇପୁର ସୋସାଇଟି ୭ମାସ ଧରି ଅଚଳ ଅବସ୍ଥାରେ ପଡ଼ିରହିଛି l ଫଳରେ ଅଞ୍ଚଳ ର ଶତାଧିକ ଚାଷୀ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଚାଷୀ ମାନେ ଋଣ ସୁବିଧା, ସାର ବଣ୍ଟନ ଓ ଅନ୍ୟାନ କୃଷି ସେବା ରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ନୟାଗଡ଼ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ସୋସାଇଟି କୁ କାର୍ଯ୍ୟକ୍ଷମ କରିବା ସହ ଚାଷୀ ଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦୃଢ ପଦକ୍ଷେପ ନେବାକୁ ଦାବି କରାଯାଇଛି l ଠିକ ସମୟ ରେ ଋଣ ସୁବିଧା ନ ମିଳିବାରୁ ଅନେକ ଚାଷୀ ଋଣ ଖିଲାପି ହୋଇ ପଡିଛନ୍ତି l ଫଳରେ ସେମାନେ ପରବର୍ତୀ ସମୟରେ କୃଷି ଋଣ, ସୁଧ ରିହାତି ଓ ସରକାର ଙ୍କ ବିଭିନ୍ନ କୃଷି କଲ୍ୟାଣ ଭିତ୍ତିକ ଯୋଜନ ର ସୁବିଧା ରୁ ବଞ୍ଚିତ ହେଉଛନ୍ତି l ଚଳିତ ଖରିଫ ଋତୁ ରେ ସାର ର ଆବଶ୍ୟକତା ସର୍ବାଧିକ ଥିବା ସମୟରେ ଚାଷୀ ସୋସାଇଟି ମଧ୍ୟରେ ସାର ପାଇପାରୁ ନଥିବାରୁ ବାହାରୁ ଅଧିକ ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି l ଯାହା ଫଳରେ ଚାଷୀ ର ଖର୍ଚ୍ଚ ବୃଦ୍ଧି ପାଇବା ସହ ଅନେକ ଙ୍କ ଚାଷ କାର୍ଯ୍ୟ ବିଳମ୍ବିତ ହେଉଛି ।

ଏହାର ବିଦ୍ଧିବଦ୍ଧ ତଦନ୍ତ କରାଯାଇ ଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କ ବିରୋଧ ରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆ ଯିବା ସଙ୍ଗେ ସଙ୍ଗେ ସୋସାଇଟି କୁ ଶୀଘ୍ର କାର୍ଯ୍ୟକ୍ଷମ କରି ଚାଷୀ ମାନଙ୍କୁ ଋଣ, ସାର ଓ ଅନ୍ୟାନ କୃଷି ସେବା ସ୍ୱାଭାବିକ ଭାବେ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି l ଚାଷୀ ମାନଙ୍କ କହିବା ମୁତାବକ ,,ଖରିଫ ଋତୁ ରେ ଏପରି ଅଚଳାବସ୍ଥା ଚାଷ ଉତ୍ପାଦନ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ ଏବଂ ଚାଷୀ ମାନେ ଗୁରୁତର ଆର୍ଥିକ କ୍ଷତି ର ସମ୍ମୁଖୀନ ହେବେ l ତେଣୁ ଜିଲ୍ଲା ପ୍ରଶାସନ ଏହି ଘଟଣା କୁ ଗୁରୁତର ସହ ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଚାଷୀ ଙ୍କ ସମସ୍ୟା ର ସ୍ଥାୟୀ ସମାଧାନ କରିବାକୁ ଚାଷୀମାନେ ଦାବି କରିଛନ୍ତି ।

ଅଶୋକ କୁମାର ସାଥୁଆ, ଜିଲ୍ଲାପ୍ରତିନିଧି ବିଶେଷ ଖବର l