ଆତଙ୍କବାଦୀ ଆକ୍ରମଣ କୁ ପୁରୁଣା ପେନସନ ଅଭିଯାନ ଓଡିଶାର ନିନ୍ଦା .
ଆତଙ୍କବାଦୀ ଆକ୍ରମଣ କୁ ପୁରୁଣା ପେନସନ ଅଭିଯାନ ଓଡିଶାର ନିନ୍ଦା .
ଆଜି ପେହେଲଗାମ୍ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିରୀହ ପର୍ଯ୍ୟଟକ ମାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ରାଜ୍ୟ ମୁଖ୍ୟ ଦପ୍ତର ନାତାଲା ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କ୍ୟାଣ୍ଡଲ ଶୋଭାଯାତ୍ରା ଓ ଦୀପ ଦାନ କରି ଜାମ୍ମୁକାଶ୍ମୀର ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ସବୁ କର୍ମଚାରୀ ସରକାରଙ୍କ ସହ ଅଛନ୍ତି ବୋଲି ପ୍ରକାଶ କରିଥିଲେ I ସୂଚନା ଯୋଗ୍ୟ କି ଆଜି ଜନ୍ତରମନ୍ତର ଦିଲ୍ଲୀ ରେ ୧୦ ଲକ୍ଷରୁ ଉର୍ଧ୍ଵ କର୍ମଚାରୀ ପୁରୁଣା ପେନସନ ଆନ୍ଦୋଳନରେ ଯୋଗ ଦେଇଥାନ୍ତେ କିନ୍ତୁ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଆନ୍ଦୋଳନକୁ ସ୍ଥଗିତ ରଖି ଦେଶର ସବୁ ରାଜ୍ୟର ଜିଲ୍ଲା ମାନଙ୍କରେ କ୍ୟାଣ୍ଡେଲ ମାର୍ଚ୍ଚ ସହିତ ଦୀପ ଦାନ କରିବା ଲାଗି ନିଷ୍ପତ୍ତି ହୋଇଥିଲା
ଆଜିର ଶୋଭାଯାତ୍ରା ରେ ପୁରୁଣା ପେନସନ ଅଭିଯାନ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ , ସାଧାରଣ ସମ୍ପାଦକ ପ୍ରଜ୍ୟୋତ୍ନ ବରାଳ , ଉପଦେଷ୍ଟା ପ୍ରଭାତ ମହାନ୍ତି, ପ୍ରଦୀପ ପ୍ରଧାନ ,ରଶ୍ମି ପାଢ଼ୀ ,ସୁଧାଂଶୁ ପାତ୍ର , ଯୁଧିଷ୍ଠିର ସାହୁ,ଭୁବନ ବିହାରୀ ମହାପାତ୍ର,ମଳୟ ଜେନା ,ଦେବୀ ପ୍ରସନ୍ନ ଧଳ , ସରୋଜ କାନ୍ତ ସେଠୀ ,ଶ୍ରୀନିବାସ ସେଠି ଉପସ୍ଥିତ ରହି ଏପରି ଘଟଣାକୁ ଦୃଢ ନିନ୍ଦା କରିଥିଲେ I