ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। 

ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। 

ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। 
ଏଣିକି ରୋଗୀ ହସ୍ପିଟାଲରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ ହୋଇଥିବା ସମସ୍ତ ମେଡିକାଲ୍ ଟେଷ୍ଟ ବା ପରୀକ୍ଷା ଏଣିକି ଆୟୁଷ୍ମାନ କାର୍ଡ ପ୍ୟାକେଜ୍‌ରେ ଅନ୍ତର୍ଭୁକ୍ତ ହେବ। 
 ଏହି ପ୍ରି-ଆଡମିଶନ ପରୀକ୍ଷା ଗୁଡ଼ିକ ପାଇଁ ରୋଗୀଙ୍କୁ ନିଜ ପକେଟରୁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। 
 ଯେଉଁ ଘରୋଇ ହସ୍ପିଟାଲ ଗୁଡ଼ିକ ଏହି ନିୟମ ଉଲ୍ଲଂଘନ କରିବେ କିମ୍ବା ରୋଗୀଙ୍କଠାରୁ ଅଲଗା ଟଙ୍କା ଆଦାୟ କରିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 
 ଏହି ନିୟମର ସଠିକ୍ ପାଳନ ହେଉଛି କି ନାହିଁ, ତାର ତଦାରଖ ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ବିଭିନ୍ନ ହସ୍ପିଟାଲ ଯାଇ ଅନୁଧ୍ୟାନ କରିବେ।
 ଗଣମାଧ୍ୟମରେ ଆୟୁଷ୍ମାନ କାର୍ଡ ସମସ୍ୟା ନେଇ ଖବର ପ୍ରସାରଣ ହେବା ପରେ ବିଭାଗୀୟ ଅଧିକାରୀ ଏବଂ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ସମସ୍ତ ହସ୍ପିଟାଲକୁ ଏହି ନିୟମ ମାନିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।