କାଠିଆପଡ଼ା ଛାତ୍ରୀ ଆତ୍ମହତ୍ୟା ଘଟଣା ର ମୁଖ୍ୟ ଆସାମୀ ଚେନ୍ନାଇ ରୁ ଗିରଫ।

କାଠିଆପଡ଼ା ଛାତ୍ରୀ ଆତ୍ମହତ୍ୟା ଘଟଣା ର ମୁଖ୍ୟ ଆସାମୀ ଚେନ୍ନାଇ ରୁ ଗିରଫ।
କେନ୍ଦ୍ରାପଡ଼ା ସ୍ଵତନ୍ତ୍ର ସ୍କ୍ୱାର୍ଡ ର ସଫଳତା।
ମାରି ଦିଆଯାଇଛି ନାଁ ପୋଡ଼ି କି ମରିଛି ଖୋଲିବ ଗୁମର।
କେନ୍ଦ୍ରାପଡ଼ା ୦୯.୦୮.୨୦୨୫ କେନ୍ଦ୍ରାପଡା ସ୍ପେଶାଲ ସ୍କ୍ୱାର୍ଡ କୁ ବଡ ସଫଳତା।ପଟ୍ଟାମୁଣ୍ଡାଇ ବଡପଡା ଛାତ୍ରୀ ପୋଡି ହୋଇ ଆତ୍ମହତ୍ୟା ଘଟଣାରେ କୁହାଯାଉଥିବା ଅଭିଯୁକ୍ତ ପ୍ରେମିକକୁ ଚେନ୍ନାଇ ରୁ କାବୁକଲା ସ୍ୱତନ୍ତ୍ର ପୁଲିସ୍ ଟିମ୍ ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ମୁଖ୍ୟ ଅଭିଯୁକ୍ତ ହେଲା ଗଣେଶ୍ବର ବେହେରାଙ୍କ ପୁଅ ପ୍ରମୋଦ ବେହେରା। ତାର ଘର ବିଲିକଣା ପଞ୍ଚାୟତ ତେରୋଇ ଗାଁରେ ବୋଲି ଜଣାଯାଇଛି। ତାକୁ ଚେନ୍ନାଇରୁ ଧରି କେନ୍ଦ୍ରାପଡ଼ା ଆଣୁଛି ପୁଲିସ୍।ଏବେ ପୋଲିସ ପଚରାଉଚରା ଜାରି ରଖିବ।କିନ୍ତୁ ସେଇ ଗ୍ରାମ ର ଜନସାଧାରଣ ମନ୍ ରେ କିଛି ପ୍ରଶ୍ନ ଆସିଛି ଯଦି ଝିଅ ଟି ପୋଡ଼ି ହୋଇ ମରିଲା ତାହା ର ପାଟି ପଡୋଶୀ ଙ୍କୁ କଣ ପାଇଁ ଶୁଭିଲା ନାହିଁ।ଯେତେ ବେଳେ ଘର କବାଟ ଭାଙ୍ଗି ବାପା ଓ ମା ଉଦ୍ଧାର କଲେ ପଡୋଶୀ ମାନେ କେମିତି ଜାଣି ନ ପାରିଲେ।ଘରେ ଟିକିଏ ବି କଳା ଦାଗ ବି ଲାଗି ନାହିଁ ।ସେଇ ଦିନ ବାପା ଓ ମା ବଜାର ଯାଇ ଥିଲେ ଏମିତି ନାନା ପ୍ରଶ୍ନ ଜନସାଧାରଣ ଙ୍କ ମନରେ ଆସୁଛି।ଝିଅ ଯୋଉ ମୋବାଇଲ ବ୍ୟବହାର କରୁଥିଲା ତାକୁ ପୋଲିସ ଶିଜ କରିଛି।ଏବେ ମୁଖ୍ୟ ଆସାମୀ ଗିରଫ ପରେ ବହୁ ଗୁମର ପଦାକୁ ଆସିବ।ଯଦି ନିଜେ ଆତ୍ମହତ୍ୟା କରିଥାଏ କଣ ପାଇଁ ଆତ୍ମହତ୍ୟା କଲା ତାହା ପୋଲିସ ର ତଦନ୍ତ ପରେ ଜଣାପଡ଼ିବ।କେନ୍ଦ୍ରାପଡ଼ା ଜିଲ୍ଲା ଏସପି ନିଜେ ତଦନ୍ତ ଭାର ନେଇ ଥିବାରୁ ଏହି ଘଟଣା କୁ ଉପଯୁକ୍ତ ତଦନ୍ତ କରିବେ ବୋଲି ପଟ୍ଟାମୁଣ୍ଡାଇ ଜନସାଧାରଣ ଙ୍କୁ ଜଣାଇ ସାରିଛନ୍ତି।ଏହି ଘଟଣା ଉପରେ ସାରା ଓଡ଼ିଶା ନଜର ଥିବାରୁ ଏହି ଘଟଣା ରେ ଦୋଷୀ ଯେମିତି ନ ଖସି ଯିବ ତାହା ଉପରେ କେନ୍ଦ୍ରାପଡ଼ା ର ଜିଲ୍ଲା ପ୍ରଶାସନ ନଜର ରଖିଛି।କେବେ ଏହି ଘଟଣା ର ପର୍ଦ୍ଦାଫାଶ ହେବ ତାହା କୁ କେନ୍ଦ୍ରାପଡ଼ା ଜିଲ୍ଲା ଜନସାଧାରଣ ଚାତକ ପରୀ ଅନାଇ ବସି ଛନ୍ତି।ଯୋଉ ମାନେ ଏହି ଘଟଣା ରେ ଦୋଷୀ ସେମାନଙ୍କୁ ଉଚିତ୍ ଦଣ୍ଡ ଦେବାକୁ ପଟ୍ଟାମୁଣ୍ଡାଇ ଅଞ୍ଚଳ ବାସୀ ଦାବି କରିଛନ୍ତି।
ସଞ୍ଜୟ କୁମାର ପଣ୍ଡା , ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା।