କ୍ୟାଙ୍ଗ ହାଟପଦାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

କ୍ୟାଙ୍ଗ ହାଟପଦାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଦୁଇ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ଯୋଗଦାନ, ବିଜେପି ସରକାରକୁ ଟାର୍ଗେଟ କଲେ ମାନସ ମାଡକାମୀ

ମାଥିଲି, ୧୧/୧୦ ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏବଂ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମୀଙ୍କ ତତ୍ତ୍ୱାବଧାନରେ ମାଥିଲି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ରବିବାର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଜୋନ୍‌-୧ ଅନ୍ତର୍ଗତ କିଆଙ୍ଗ ହାଟପଦାଠାରେ ବ୍ଲକ ବିଜେଡି ସଭାପତି ସଦାଶିବ ପୂଜାରୀଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ଓ ସମାବେଶରେ ଦୁଇ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି, ପୂର୍ବତନ ବିଧାୟକ, ଜନଜାତି ସେଲ୍‌ର ରାଜ୍ୟ ଉପସଭାପତି ତଥା ବରିଷ୍ଠ ମୁଖପାତ୍ର ମାନସ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡିର ସେବା ଓ ବିକାଶମୂଳକ ରାଜନୀତି ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ବିଜୁ ଜନତା ଦଳ ସର୍ବଦା ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଓଡ଼ିଶା ଦ୍ରୁତ ବିକାଶ ମାଧ୍ୟମରେ ସାରା ଦେଶରେ ଏକ ମଡେଲ ରାଜ୍ୟ ଭାବେ ପରିଚିତି ହାସଲ କରିଥିଲା। କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ବିଜେପି ସରକାରଙ୍କ ଶାସନରେ ଓଡ଼ିଶାର ଛବି ମଳିନ ହୋଇଥିବା ସେ ଅଭିଯୋଗ କରିଥିଲେ।

ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଶ୍ରୀ ମାଡକାମୀ ଦଳୀୟ କର୍ମୀ ଓ ନେତାମାନଙ୍କୁ ଆହ୍ୱାନ ଦେଇଥିଲେ।

ସମାବେଶରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ବିଜୁ ମହିଳା ଦଳର ସଭାନେତ୍ରୀ ସମାରି ତାଙ୍ଗୁଲ, ଜିଲ୍ଲା ପରିଷଦ ସଭ୍ୟା ତଥା ରାଜ୍ୟ ବିଜୁ ମହିଳା ଦଳର ସାଧାରଣ ସମ୍ପାଦିକା ଲକ୍ଷ୍ମୀପ୍ରିୟା ନାୟକ, ଜିଲ୍ଲା ସଂଖ୍ୟାଲଘୁ ସେଲ୍‌ ସଭାପତି ରାଜେନ୍ଦ୍ର ଖସଲା, ଜିଲ୍ଲା ଯୁବ ସଭାପତି ଶ୍ରୀନିବାସ ମୁଦୁଳି, ଜିଲ୍ଲା ବିଜେଡି ଉପସଭାପତି ଉଦୟନାଥ ମାଦ୍ରୀ, ଜିଲ୍ଲା ବିଜୁ ମହିଳା ଦଳର ଉପସଭାନେତ୍ରୀ ତଥା ମେକା ସରପଞ୍ଚ ରଞ୍ଜିତା ପୂଜାରୀ, ଜିଲ୍ଲା ବିଜୁ ମହିଳା ଦଳର ସାଧାରଣ ସମ୍ପାଦିକା ପ୍ରଶାନ୍ତିଲତା ବିଶୋଇ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ, ମାଲକାନଗିରି ବ୍ଲକ ବିଜେଡି ସଭାପତି ସର୍ବ କୁମାର ବିଶୋଇ, ବରିଷ୍ଠ ଯୁବନେତା ରାଜ ନାୟକ, ଜିଲ୍ଲା ସମ୍ପାଦକ ସଦାନନ୍ଦ ଖରା ଏବଂ ମାଥିଲି ବ୍ଲକ ବିଜୁ ମହିଳା ଦଳର ସଭାନେତ୍ରୀ ମଞ୍ଜୁ ଗୌଡ଼ ପ୍ରମୁଖ ଯୋଗଦେଇଥିଲେ।

ଏହା ସହିତ ବିଜେଡିର ବହୁ ବରିଷ୍ଠ ନେତା, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟସଭ୍ୟା ଓ ଦଳୀୟ କର୍ମୀମାନେ ଉପସ୍ଥିତ ରହି ପଦଯାତ୍ରାକୁ ସଫଳ କରିଥିଲେ। ଏହି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଦଳୀୟ ସଂଗଠନକୁ ମଜବୁତ କରିବା ସହ ଜନସାଧାରଣଙ୍କ ସହ ସମ୍ପର୍କ ଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର )