ଛଅ ବର୍ଷର ଶିଶୁପୁତ୍ର ସ୍ବାଧୀନ ପାଇଟାଲଙ୍କ ସର୍ଜରୀ ପାଇଁ ସାହାଯ୍ୟର ହାତ ବଢାଇଲେ ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ପରିବାର l
ଛଅ ବର୍ଷର ଶିଶୁପୁତ୍ର ସ୍ବାଧୀନ ପାଇଟାଲଙ୍କ ସର୍ଜରୀ ପାଇଁ ସାହାଯ୍ୟର ହାତ ବଢାଇଲେ ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ପରିବାର l
ପଟ୍ଟାମୁଣ୍ଡାଇ 15.03.2025 କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ବଡାମ୍ବିଳା ପଞ୍ଚାୟତ ଗାମ୍ମାରିଆ ଗ୍ରାମର ସୁରେଶ ପାଇଟାଲଙ୍କର ଏକମାତ୍ର ଶିଶୁ ପୁତ୍ର ସ୍ବାଧନ ପାଇଟାଲ (୬, ବର୍ଷ) ଙ୍କର ଜନ୍ମ ପରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚାଲି ପାରିଲେ ନାହିଁ ଚାଲି ନ, ପାରିବା ଦେଖି ବାପା, ମା, ବଡ଼ ଦୁଃଖରେ
ଭାଙ୍ଗି ପଡିଲେ l ବହୁତ ଡାକ୍ତର ଦେଖାଇବା ପରେ ଡାକ୍ତର କହିଲେ ତାର ଗୋଡ଼ର ସର୍ଜରୀ ଆବଶ୍ୟକ ପଡୁଛି ବର୍ଭମାନ ପିଲା ଛୋଟ ଅଛି ପୁଅକୁ ସର୍ଜରୀ କରିହେବନି ପିଲାକୁ ୫ ବର୍ଷ ହେଲେ ସର୍ଜରି ହେବ ଏବଂ ନିଶ୍ଚିନ୍ତ ସେ ଚାଲି ପାରିବ ବୋଲି ଡକ୍ଟର କହିଥିଲେ l
କିନ୍ତୁ ବର୍ତ୍ତମାନ ପିଲାକୁ ୬, ବର୍ଷ ପୁରି ସାରିଥିବା ବେଳେ ବିଦ୍ୟାଳୟରେ ପାଠ ପଢିବାରୁ ସେ ବଞ୍ଚିତ l ଆଜି ପର୍ଯ୍ୟନ୍ତ ସେ ପାଦେ ବି ଚାଲି ପାରୁନାହିଁ l ସ୍ୱାଧୀନଙ୍କ ବାପା ଜଣେ ରୋଗାକ୍ରାନ୍ତ ମଣିଷ ସେ ବର୍ତ୍ତମାନ କିଛି କାମଧନ୍ଦା ମୂଲ ମଜୁରୀ ଲାଗି ପାରୁନାହାଁନ୍ତି l ଏପଟେ ଛୋଟ ଶିଶୁଟି ଚାଲି ପାରୁନି କେତେ ଦିନ ଏମିତି ମା କୋଳରେ ପଡି ରହି ଏମିତି ପୁଅ ଘୋଷାରୀ ହୋଇ ଚାଲିବ ଏବଂ ବିଛଣାରେ ପଡି ରହିବ l ଅଭାବି ମାଆ ବାପା ଦୁଇଜଣ ନିଜର ଅକ୍ଷମ ଶିଶୁକୁ ଧରି ଗାଁ ରୁ ସହର ଧାଉଁଛନ୍ତି ମେଡିକାଲ ପୁଅର ଅପ୍ରେସନ ହେବ l କିନ୍ତୁ ଦୁଃଖର ବିଷୟ ପୁଅର ଅପ୍ରେସନରେ ବହୁତ ଟଙ୍କା ଖର୍ଚ୍ଚ ହେବ l ପାଖରେ ଏତେ ଟଙ୍କା ନ'ଥିବାରୁ ଶିଶୁ ପୁତ୍ରକୁ ଗାଁ କୁ ନେଇ ଆସିଛନ୍ତି l ବର୍ତ୍ତମାନ ଏଭଳି ଦୁଃଖଦ ଅଭାବ ପରିସ୍ଥିତିରେ ସେ କେମିତି କଅଁଳ ଶିଶୁଟିକୁ ଅପ୍ରେସନ କରାଇବେ l ଅଭାବୀ ବାପା ମାଆ ଦୁଇଜଣ ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ପରିବାର ଙ୍କୁ ତାଙ୍କର ଦୁଃଖ କଥା ପ୍ରକାଶ କରିବା ସହିତ ପୁଅର ଚିକିତ୍ସା ପାଇଁ କିଛି ସାହାଯ୍ୟ ମାଗିଥିଲେ l ଏଭଳି ଦୁଃଖଦ ଖବର ଶୁଣିଲା ପରେ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟର ସଭାପତି ଚନ୍ଦନ କୁମାର ମହାରଣାଙ୍କ ତତ୍ତ୍ଵାବଧାନରେ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କ ସାହାଯ୍ୟ ସହୋଜୋଗ ଦ୍ୱାରା ଆଜି ସୁରେଶ ପାଇଟାଲଙ୍କ ବାସଭବନ ନିକଟରେ ପହଞ୍ଚି ସ୍ବାଧୀନଙ୍କ ଚିକିତ୍ସା ନିମନ୍ତେ ୫୦୦୦, ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଆଜିର ଏହି ସେବା କାର୍ଯ୍ୟରେ ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟର ସଭାପତି ଚନ୍ଦନ କୁମାର ମହାରଣାଙ୍କ ସମେତ ଉପଦେଷ୍ଟା ଡ଼ କୈଳାଶ ଚନ୍ଦ୍ର ମଲ୍ଲିକ, ସୌଭାଗ୍ୟ ରାଉତ୍,ସଞ୍ଜୟ କୁମାର ପଣ୍ଡା, ଶିଶିର କୁମାର ସେଣ, ଅମୁଲ୍ୟ ରାଉତ୍, ରଜତ ରଞ୍ଜନ ବେହୁରା, ସରୋଜିନୀ ମହାନ୍ତି, ଅମର କୁମାର ମଲିକ, ଲକ୍ଷ୍ମୀଧର ବେହେରା, ସତ୍ୟ ମୋହନ ମଲ୍ଲୀକ୍, ସୁଜିତ୍ ବିଶ୍ଵାଳ, ଜିଭନଜ୍ୟୋତି ମଲ୍ଲୀକ୍, ପ୍ରିତମ୍ ମହାରଣା, ଯୋଗଦାନ୍ କରିଥିଲେ l ଏହିଭଳି ଏକ ସେବା କାର୍ଯ୍ୟ ଦେଖି ଉପସ୍ଥିତ ଗ୍ରାମବାସୀ ବୃନ୍ଦ ମାନେ ଉକ୍ତ ଟ୍ରଷ୍ଟ ଙ୍କୁ ଭୂରୀ, ଭୁରୀ ପ୍ରସଂଶା କରିଥିଲେ l
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି କେନ୍ଦ୍ରାପଡ଼ା


admin 
