ଜିଲ୍ଲା ପୁଲିସ ପକ୍ଷରୁ ସାଇକେଲ ଅଭିଯାନ ଯାତ୍ରା

*ଫିଟନେସ ଓ କ୍ରୀଡା କୁ ପ୍ରୋତ୍ସାହନ ଦେବା ମୂଳ ଲକ୍ଷ୍ୟ*

ଜିଲ୍ଲା ପୁଲିସ ପକ୍ଷରୁ ସାଇକେଲ ଅଭିଯାନ ଯାତ୍ରା

ବୌଦ୍ଧ:୨୫/୫:(ରବିନ୍ଦ୍ର ପଟ୍ଟନାୟକ) ରାଜ୍ୟଗୋଷ୍ଠୀ କ୍ରୀଡା ଦିବସ ଅବସରରେ ବୌଦ୍ଧଜିଲ୍ଲା ପୁଲିସ ପକ୍ଷରୁ ଆଜି ବୌଦ୍ଧଥାନା ପରିସରରୁ ଏକ ସାଲକେଲ ଅଭିଯାନ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅଭିଯାନକୁ ବୌଦ୍ଧ ଅତିରିକ୍ତ ଜିଲ୍ଲା ଆରକ୍ଷୀଅଧିକ୍ଷକ ସାର୍ଥକ କୁମାର ରାୟ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ଡୁଙ୍ଗଡୁଙ୍ଗ, ବୌଦ୍ଧଥାନା ଅଧିକାରୀ ନଳିନୀକାନ୍ତ ଦାସ,ଜିଲ୍ଲା କନେଷ୍ଟବଳ ହାବିଲଦାର ସଙ୍ଘ ସଭାପତି ବୁଲୁ ମିଶ୍ର ଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହାର ଲକ୍ଷ ଫିଟନେସ, ଏକତା, କ୍ରୀଡାକୁ ପ୍ରୋତ୍ସାହନ ଦେବା । ଏଥିରେ ପୁଲିସ କର୍ମଚାରୀମାନେ ଯୋଗଦେଇ ସାଇକେଲରେ ସହର ପରିକ୍ରମା କରିଥିଲେ ।