ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ, ୦୩ ଗିରଫ ।

ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ, ୦୩ ଗିରଫ ।

ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ, ୦୩ ଗିରଫ ।* ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀମତୀ ସ୍ୱପ୍ନାରାଣୀ ସାହୁ ଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ବଜାର ଓ ଖଇରା ଥାନା ଅନ୍ତର୍ଗତ ବ୍ରାହ୍ମଣ ପୋଖରୀ ଓ ଆମ୍ବଗଡ଼ିଆ ଗ୍ରାମରେ ଚଢ଼ାଉ କରାଯାଇ ୫୫ ଲିଟର ଦେଶୀ ମଦ, ୫.୪୦୦ ଲିଟର ବିଦେଶୀ ମଦ ଓ ୭.୮୦୦ ଲିଟର ବିଅର ଜବତ କରାଯିବା ସହିତ ଅନ୍ତରା ଗ୍ରାମର କେଶବ ସାହାଣୀ, ଅଚ୍ୟୁତପୁର ଗ୍ରାମର ରମେଶ ସାହୁ ଏବଂ ଆମ୍ବଗଡ଼ିଆ ଗ୍ରାମର ଶଙ୍କାରୀ ମାଝୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।