ବିଜୟ ଙ୍କୁ ମିଳିଲା ମାଜିକ ନମ୍ବର...
*ତାମିଲନାଡୁ ରାଜନୀତିରେ ସୃଷ୍ଟି ହୋଇଥିବା ଅସ୍ପଷ୍ଟତା ଏବେ ଦୂର ହୋଇଛି। ସୁପରଷ୍ଟାର ବିଜୟଙ୍କ ଦଳ TVK ସରକାର ଗଠନ ପାଇଁ ଆବଶ୍ୟକୀୟ ମ୍ୟାଜିକ୍ ନମ୍ବର ହାସଲ କରିଛି। ବାମଦଳ ଏବଂ VCK ର ସମର୍ଥନ ଘୋଷଣା ପରେ ବିଜୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର ହୋଇଛି।*
*ଏହି ଖବର ପରେ ତାମିଲନାଡୁରେ ଏବେ ଉତ୍ସବର ମାହୋଲ। ବିଜୟଙ୍କ ପଟ୍ଟିନାପାକମ୍ ସ୍ଥିତ ବାସଭବନରେ ତାଙ୍କର ନିକଟତମ ସହଯୋଗୀ ତଥା ବିଧାୟକ ଆଧବ ଅର୍ଜୁନ ପହଞ୍ଚିବା ପରେ ରଣନୀତି ଚୂଡ଼ାନ୍ତ ହୋଇଛି। ସରକାର ଗଠନ ପାଇଁ ଆବଶ୍ୟକ ୧୧୮ ସଂଖ୍ୟାକୁ ଛୁଇଁଛି ବିଜୟଙ୍କ ମେଣ୍ଟ।*
*ରିପୋର୍ଟ ଅନୁଯାୟୀ, TVK ୧୦୭ ବିଧାୟକ, କଂଗ୍ରେସ ୫, CPI ୨, CPM ୨, ଏବଂ VCK ୨ବିଧାୟକ ସହ ବିଜୟ ମୋଟ ୧୧୮ ମ୍ୟାଜିକ୍ ନମ୍ବର ହାସଲ କରିଛନ୍ତି।*
*CPI କାର୍ଯ୍ୟକାରୀ କମିଟି ଏବଂ CPM ରାଜ୍ୟ କମିଟି ଆନୁଷ୍ଠାନିକ ଭାବେ ବିଜୟଙ୍କୁ ସମର୍ଥନ ଜଣାଇଛନ୍ତି। VCK ର ୨ ଜଣ ବିଧାୟକ ମଧ୍ୟ TVK ସରକାରକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅପରାହ୍ନ ୪ଟା ୩୦ ମିନିଟରେ ଏହି ତିନୋଟି ଯାକ ଦଳ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ବିଧିବଦ୍ଧ ଘୋଷଣା କରିବେ।*
*ତେବେ କଂଗ୍ରେସ ପରେ ଏବେ ବାମଦଳ ଓ VCK ର ସାଥ୍ ପାଇବା ପରେ ତାମିଲନାଡୁରେ ବିଜୟଙ୍କ ନେତୃତ୍ୱରେ ଏକ ନୂଆ ସରକାର ଗଠନ ହେବା ଏବେ କେବଳ ସମୟର ଅପେକ୍ଷା। ରାଜ୍ୟପାଳଙ୍କ ସହ ଅପରାହ୍ନ ବୈଠକ ପରେ ଶପଥ ଗ୍ରହଣ ତାରିଖ ସ୍ପଷ୍ଟ ହୋଇପାରେ।*


admin 
