ମହିଳା ବିରୋଧୀ ଆଭିମୁଖ୍ୟ କତାମେଟା ଠାରେ ମହିଳା ଆରକ୍ଷଣ ବିଲକୁ ବିରୋଧ କରି ବିଶାଳ ଜନ ଆକ୍ରୋଶ ସମାବେଶ ।

ମହିଳା ବିରୋଧୀ ଆଭିମୁଖ୍ୟ କତାମେଟା ଠାରେ ମହିଳା ଆରକ୍ଷଣ ବିଲକୁ ବିରୋଧ କରି ବିଶାଳ ଜନ ଆକ୍ରୋଶ ସମାବେଶ ।

ମାଥିଲି (ଶିବପ୍ରସାଦ ପରିଛା ବିଶେଷ ଖବର ) ସଂସଦରେ ଆଗତ ନାରୀ ବନ୍ଦନ ଅଧିନିୟମକୁ ବିରୋଧ କରି ଥିବା ସାରା ଦେଶରେ ମହିଳାମାନଙ୍କ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଆଜି ମାଲକାନଗିରି ଜିଲ୍ଲା ପାଙ୍ଗାମ ମଣ୍ଡଳ ର କତାମେଟା ଦଶହରା ପଡିଆ ଠାରେ ଜନ ଆକ୍ରୋଶ ପଦଯାତ୍ରା ଆୟୋଜିତ ହୋଇଛି । ୨୦୦ ରୁ ଉର୍ଧ୍ଵ ମହିଳା ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଶୋଭାଯାତ୍ରା କରିଥିଲେ।ମହିଳାଙ୍କ ପ୍ରତି ସଂସଦ ରେ ହୋଇଥିବା ଅନ୍ୟାୟ ,ମହିଳାଙ୍କ ଅଧିକାର ସଙ୍କୁଚିତ କରିବା ଦ୍ୱାରା ମହିଳା ବିଲ୍ ପାରିତ ହୋଇ ପାରିନଥିଲା । ଆଜିର ଏହି ସମାବେଶରେ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକରାଣୀ ସଦସ୍ୟ ଡମ୍ବରୁ ଶିଶା, ରାଜ୍ୟ କାର୍ଯ୍ୟକରାଣୀ ସଦସ୍ୟା ସୋନ୍ତୋସିନି ପାତ୍ର ,ସାଂସଦ ପ୍ରତିନିଧି ବନମାଳି ବରଜା, ମଣ୍ଡଳ ସଭାପତି ଲକ୍ଷ୍ମଣ ବାଙ୍କିଆ, ପୂର୍ବତନ ମଣ୍ଡଳ ସଭାପତି ରଞ୍ଜିତ କୁମାର ଦାସ,ବରିଷ୍ଠ କାର୍ଯ୍ଯକର୍ତ୍ତା କୁନାଲ ମିଶ୍ର, ଶ୍ରୀକାନ୍ତ ଚୌଧୁରୀ, କତାମେଟା ଦଶହରା ପଡ଼ିଆ ଠାରେ ଏକତ୍ରିତ ହୋଇ ନାରୀ ବନ୍ଦନ ଅଧିନିୟମକୁ ବିରୋଧ କରିଥିବା ବିରୋଧୀଙ୍କ ବିରୋଧରେ ଏକ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ନାରୀ ବନ୍ଦନ ଅଧିନିୟମ କୁ ବିରୋଧ କରୁଥିବା ବିରୋଧୀ ମାନଙ୍କୁ ନାରୀ ମାନେ ଆଗାମୀ ଦିନରେ ନିଶ୍ଚୟ ଉଚିତ ଜବାବ ଦେବେ ବୋଲି ଏହି ସମାବେଶରେ ମତ ପ୍ରକାଶ ପାଇଥିଲା। ମହିଳା ନେତ୍ରୀମାନେ ମହିଳା ସଂରକ୍ଷଣ ବିଲକୁ ବିରୋଧ କରିଥିବା ଦଳ କଂଗ୍ରେସ, ବିଜେଡି ମହିଳା ବିରୋଧୀ ବୋଲି ଉପସ୍ଥାପନ କରିଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ଠାରୁ ବାହାରି ସହର ପରିକ୍ରମା କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ କୁଶପତ୍ତାଳିକା ଦାହ କରିଥିଲେ ।