ପୁଲିସ–ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ ଅନୁଷ୍ଠିତ..
କେନ୍ଦ୍ରାପଡା, ତା. ୨୧.୦୫.୨୦୨୬:
କେନ୍ଦ୍ରାପଡା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିଚାଳନା, ପ୍ରଶାସନିକ ସମନ୍ୱୟ ଏବଂ ଲୋକଙ୍କ ସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗତକାଲି ଜିଲ୍ଲାପାଳ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ରେ ପୁଲିସ–ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଅତ୍ୟାଚାର ଜନିତ ମାମଲାର ଶୀଘ୍ର ନିଷ୍ପତ୍ତି, ବ୍ଲକ ସ୍ତରରେ ନିୟମିତ ମିଳିତ ସମୀକ୍ଷା ବୈଠକ, ଅବୈଧ ଖଣିଜ ଚୋରି ବିରୋଧରେ ମିଳିତ ଚଢ଼ାଉ, ଏବଂ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିର ସୁଚାରୁ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଏହା ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସ୍ଥାପନ, ଟ୍ରାଫିକ ପରିଚାଳନାର ସୁଧାର, ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ବ୍ୟବସ୍ଥାଗୁଡ଼ିକର ସୁଚାରୁ ଓ ସୁସଂଗଠିତ କାର୍ଯ୍ୟାନୁଷ୍ଠାନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଜିଲ୍ଲାପାଳ ଶ୍ରୀ ଆୟର କ୍ଷେତ୍ରସ୍ତରରେ ନିୟମିତ ସମୀକ୍ଷା, ପ୍ରଶାସନ–ପୁଲିସ ମଧ୍ୟରେ ଉତ୍ତମ ସହଯୋଗ ମାଧ୍ୟମରେ ଲୋକଙ୍କ ସୁରକ୍ଷା ଓ ସେବା ପ୍ରଦାନକୁ ଆହୁରି ପ୍ରଭାବଶାଳୀ କରିବାକୁ ଗୁରୁତ୍ୱାରୋପ କରିଥିଲେ।
ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଏସଡିପିଓ ଓ, ଜିଲ୍ଲାର ସମସ୍ତ ଆଇଆଇସି, ତହସିଲଦାର ମାନେ ଉପସ୍ଥିତ ଥିଲେ |
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
