ଅଜଣା ରୋଗ ରେ ପୀଡିତ ସୁଧୀର ଙ୍କୁ ସହାୟତା ପାଇଁ ପହଞ୍ଚିଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ର କର୍ମକର୍ତ୍ତା l

ଅଜଣା ରୋଗ ରେ ପୀଡିତ ସୁଧୀର ଙ୍କୁ ସହାୟତା ପାଇଁ ପହଞ୍ଚିଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ର କର୍ମକର୍ତ୍ତା l

ଜୀବନ ଜୀବିକା ଓ ସମୟ ସ୍ରୋତ ରେ ମଣିଷ ନିଃଶ୍ବ l କେତେବେଳେ କାହାର ଭାଗ୍ୟ ରେ ଭଗବାନ ଙ୍କ କଣ ଵି ବିଚାର ଥାଏ କିଏ ବା ଜାଣିଛି l ମଣିଷ ର ଶରୀର ଅଛି ତ ରୋଗ ଵି ଅଛି ତେବେ ଏହାର ଚିକିତ୍ସା ଵି ଅଛି l ଏମିତି ଵି ରୋଗ ଅଛି ଯାହାର ନାଁ ନାହିଁ ଲୋକେ ଅଜଣା ରୋଗ କୁହନ୍ତି, କିଛି ଏହିପରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ରେ l ରାହାମା ବ୍ଲକ ଅନ୍ତର୍ଗତ ସାଇଲୋ ପଞ୍ଚାୟତ ର ଛୋଟିବର ଗ୍ରାମ ରେ ରୁହନ୍ତି ସୁଧୀର କୁମାର ସାହୁ l ସେ ତାଙ୍କ ସ୍ତ୍ରୀ ଓ ପୁଅ କୁ ନେଇ ଛୋଟ ପରିବାର l ସମୟ ସ୍ରୋତ ରେ ସୁଧୀର ଏକ ଅଜଣା ରୋଗ ରେ ପୀଡିତ ହୁଅନ୍ତି l ଦୀର୍ଘ ବର୍ଷ କାଳ ଚିକିତ୍ସା ରେ ନିଜର ସବୁ ସ୍ଥାବର ଓ ଅସ୍ଥାବର ସମ୍ପତି ହରାଇ ସେ ଏବେ ଅସହାୟ l ଏବେ ଵି ଆହୁରି ଅସ୍ତ୍ରପ୍ରଚାର ବାକି ରହିଛି l ଯାହା ପାଇଁ ଅର୍ଥ ର ଆବଶ୍ୟକ l ଏହି ପରିସ୍ଥିତି ରେ ଘର ଚାଲିବା କଷ୍ଟକର l ଏହି ଘଟଣା କୁ ସମୀର ଓଡିଶା ପରିବାର ପାଖରୁ ଖବର ପାଇ ସାହାଯ୍ୟ ର ହାତ ବଢ଼ାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ l ଟ୍ରଷ୍ଟ ର କର୍ମକର୍ତ୍ତା ମାନେ ପହଞ୍ଚି ସୁଧୀର ଙ୍କ ପରିବାର ପାଇଁ ବସ୍ତ୍ର, ରାସନ ସାମଗ୍ରୀ ସହ ଅନ୍ୟାନ୍ୟ ସହଯୋଗ କରିଥିଲେ l ତାଙ୍କର ଅଜଣା ରୋଗ ର କିପରି ଚିକିତ୍ସା ଚାଲିଛି ବୁଝିବା ସହ ଏହି ଚିକିତ୍ସା ର ପୂର୍ଣ୍ଣାଙ୍ଗ ପାଇଁ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକ, ଚିତ୍ତରଞ୍ଜନ ବସନ୍ତିଆ, ସୁରେନ୍ଦ୍ରନାଥ ଶତପଥି ଓ ସମୀର ଓଡିଶା ର ସଭାପତି ଉପସ୍ଥିତ ଥିଲେ l

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି କେନ୍ଦ୍ରାପଡ଼ା