ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ବରାହ ନୃସିଂହ ଅବତାରରେ ଦର୍ଶନ କଲେ ଭକ୍ତ।

ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ବରାହ ନୃସିଂହ ଅବତାରରେ ଦର୍ଶନ କଲେ ଭକ୍ତ।
ମାଲକାନଗିରି, ତା:-୨୯/୦୬ (ଶିବପ୍ରସାଦ ପରିଛା ବିଶେଷ ଖବର )ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ଆଜି ସକାଳେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ରେ ମନ୍ଦିରର ବଡପଣ୍ଡା ମୁଖ୍ୟପୂଜାରୀ ସନ୍ତୋଷ କୁମାର ନନ୍ଦ, କାହ୍ନୁ ନନ୍ଦ ଚତୁର୍ଦ୍ଧାମୂର୍ତିଙ୍କ ସକାଳ ସ୍ନାନ, ରୀତିନୀତି, ଆଳତି ସାରିବା ପରେ ଶ୍ରୀଜୀଉଙ୍କୁ ବରାହ ନୃସିଂହ ଅବତାର ବେଶରେ ସୁସଜ୍ଜିତ କରିଥିଲେ। ଆଜି ସକାଳୁ ରାତ୍ର ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଠାକୁରଙ୍କ ବରାହ ନୃସିଂହ ଅବତାର ଦର୍ଶନ କରିବାକୁ ଭିଡ ଜମିଥିବା ଦେଖିବାକୁ ମିଳିଛି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ଓ ରାତ୍ରରେ ଭୋଗପ୍ରସାଦ ର ବ୍ୟବସ୍ଥା କରାଯାଇଛି। ଶ୍ରୀଗୁଣ୍ଡିଚା
ମନ୍ଦିରରେ ଶ୍ରୀଜୀଉଙ୍କ ପ୍ରୀୟ ମାଲପୁଆ, ଗଜା, ରଶାବଳି, ବାଲଶା, ବିଭିନ୍ନ ପ୍ରକାରର ମିଷ୍ଠ ଭୋଗ ଭକ୍ତମାନଙ୍କ ପାଇଁ ସୁଲଭ ମୁଲ୍ୟରେ ବିକ୍ରିୟ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ଶାନ୍ତି ଶୃଙ୍ଖଳାପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା ମଧ୍ୟ କରା ଯାଇଛି । ଆଜି ରାତ୍ରରେ ଜୟ ବଜରଙ୍ଗବାଲି ଜଗନ୍ନାଥ କଳା ପରିଷଦ ସଂକୀର୍ତନ ମଣ୍ଡଳୀ ପକ୍ଷରୁ ଭଜନ ସମାରୋହ ସାଙ୍ଗକୁ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିବା ସୂଚନା ରହିଛି। ସେହିପରି କାଲିମେଳା, ମୋଟୁ, ପଡିଆ, ବାଲିମେଳା, ଚିତ୍ରକୋଣ୍ଡା, ଗୋବିନ୍ଦ ପାଲ୍ଲି ,ମାଥ୍ଲି, ଖଇରପୁଟ, ସିରିପେଟା ଭଳି ବିଭିନ୍ନ ସ୍ଥାନରେ ମଧ୍ୟ ଶ୍ରୀଜୀଉଙ୍କ ବରାହ ନୃସିଂହ ଅବତାରକୁ ଶ୍ରଦ୍ଧାଳୁ ଓ ଭକ୍ତିମାନେ ଦର୍ଶନ କରିଛନ୍ତି ।