ଛୁଇଁଦେଇ ବ୍ରେକ୍‌ ନେବ ମୌସୁମୀ; ବାଧା ସାଜିବ ପଶ୍ଚିମାଝଡ଼, ରଜ ବେଳକୁ ବର୍ଷା ସମ୍ଭାବନା. 

ଛୁଇଁଦେଇ ବ୍ରେକ୍‌ ନେବ ମୌସୁମୀ; ବାଧା ସାଜିବ ପଶ୍ଚିମାଝଡ଼, ରଜ ବେଳକୁ ବର୍ଷା ସମ୍ଭାବନା. 

ଛୁଇଁଦେଇ ବ୍ରେକ୍‌ ନେବ ମୌସୁମୀ; ବାଧା ସାଜିବ ପଶ୍ଚିମାଝଡ଼, ରଜ ବେଳକୁ ବର୍ଷା ସମ୍ଭାବନା. 

ବିରତି ନେବ ମୌସୁମୀ। ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସୁ ଆସୁ ବର୍ଷାରେ ଲାଗିବ ବଡ଼ ବ୍ରେକ୍‌। ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ମୌସୁମୀ ନିଷ୍କ୍ରିୟ ରହିବା ସହ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ଫଳରେ ଚଳିତ ବର୍ଷ ସଅଳ ମୌସୁମୀ ଆସିଥିଲେ ମଧ୍ୟ ପୂର୍ବ ଭଳି ଜୁନ୍‌ ୧୦ ପରେ ବା ରଜ ବେଳକୁ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି।

ସୂଚନା ଅନୁଯାୟୀ, ଉଭୟ ଆରବ ସାଗରରେ ଓ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ହେତୁ ଚଳିତ ବର୍ଷ ମୌସୁମୀ ବହୁ ଆଗରୁ ଅର୍ଥାତ ୨୪ ମେ'ରେ କେରଳ ଛୁଇଁଥିଲା। ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଏହାକୁ ଓଡ଼ିଶା ଆଡ଼କୁ ଟାଣି ଆଣିବାରେ ସକ୍ଷମ ହେବା ହେତୁ ରାଜ୍ୟକୁ ମଧ୍ୟ ସ୍ୱାଭାବିକଠାରୁ ଦୁଇ ସପ୍ତାହ ଆଗରୁ ମୌସୁମୀ ଆସିଥିଲା। ମାତ୍ର ଲଘୁଚାପର ପ୍ରଭାବ କମିବା ପରେ ମୌସୁମୀ ବ୍ରେକ୍‌ ମାରିବାକୁ ଯାଉଛି।