ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ.

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ.

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ (ନୟାଗଡ ରୁ ଅଶୋକ କୁମାର ସାଥୁଆ ) ନୟାଗଡ଼ତା ୧/୭ ନୟାଗଡ଼ ବ୍ଲକ ଇଟାମାଟି ଥାନା ଅନ୍ତର୍ଗତ ବିରୁଡା ଗ୍ରାମ ପଞ୍ଚାୟତର ପାଣ୍ଡେରିପାଟଣା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ହତ୍ୟାକରାଯାଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ, ପାଣ୍ଡେରିପାଟଣା ଗ୍ରାମର ପିତବାସ ଖଟୁଆ ଗ୍ରାମ ନିକଟସ୍ଥ ପୋଖରୀ ପାହାଚ ଉପରେ ବସିଥିବା ବେଳେ ବାଘରା ଗ୍ରାମର ବାନାମ୍ବର ପରିଡ଼ା ଓ ତାଙ୍କର ଦୁଇ ପୁଅ ମିଶି ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେମାନେ ଏକ ପଥର ଦ୍ୱାରା ତାଙ୍କ ମୁଣ୍ଡକୁ ବାରମ୍ବାର ଆଘାତ କରିଥିବାରୁ ସେ ଗୁରୁତରଆହତହୋଇଥିଲେଖବରପାଇ ଇଟାମାଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ପିତବାସ ଖଟୁଆଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତରକରାଯାଇଥିଲା।ସ୍ଥାନୀୟ ଲୋକଙ୍କ କହିବାନୁସାରେ, କିଛି ଦିନ ପୂର୍ବରୁ ବିଲରେ ମଇଁଷି ଚରାଇବାକୁ ନେଇ ପିତବାସ ଖଟୁଆ ଓ ବାନାମ୍ବର ପରିଡ଼ାଙ୍କ ମଧ୍ୟରେ ବିବାଦ ହୋଇଥିଲା। ସେହି ଘଟଣାରେ ପିତବାସ ଖଟୁଆ ଇଟାମାଟି ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ପରେ ପୋଲିସ ଉଭୟ ପକ୍ଷକୁ ଡାକି ବୁଝାସୁଝା କରି ଛାଡ଼ି ଦେଇଥିବା ଜଣାପଡ଼ିଛି।ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନଙ୍କ ମତରେ, ପୂର୍ବ ଅଭିଯୋଗର ସଠିକ୍ ତଦନ୍ତ କରି ଆଇନା ନୁମୋଦିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା, ତେବେ ଏପରିଦୁଃଖଦଘଟଣାକୁଏଡ଼ାଯାଇପାରିଥାନ୍ତା।ଘଟଣାର ତଦନ୍ତ ଜାରି ରହିଥିବାବେଳେ ପୋଲିସ ପକ୍ଷରୁ ଏ ନେଇ ଅଧିକ ତଥ୍ୟ ଅନୁସନ୍ଧାନ କରାଯାଉଛି l