ରାଜନଗର ରେ ଚୋରା ଚାଲାଣ ହେଉଛି କଙ୍କଡ଼ା ଚୁପ୍ ବସିଛି ରାଜନଗର ବନବିଭାଗ।
ସାତଭାୟା ଚେକଗେଟ ନିକଟରୁ ମାତ୍ର ୧ ଶହ ମିଟର ଦୂରରୁ ରପ୍ତାନି କରାଯାଉଛି କୁଇଣ୍ଟାଲ କୁଇଣ୍ଟାଲ କଙ୍କଡା । ହେଲେ କଙ୍କଡା ମାଫିଆଙ୍କ ଉପରେ ନିଆଯାଉନି କାର୍ଯ୍ୟାନୁଷ୍ଠାନ । ଯେତେବେଳେ ଆମେ ସାତଭାୟା ଚେକଗେଟ ନିକଟରୁ ୧୦୦ ମିଟର ଦୂରରେ ଥିବା ବିଧାନ ମଣ୍ଡଳଙ୍କ ଘରକୁ ଗ୍ରାହକ ସାଜି ଯାଇଥିଲୁ। ସେଠାରେ ତାଙ୍କ ମା ଘରେ ଥିବା ୨୫-୩୦ କେଜିର କଙ୍କଡା କୁ ଦେଖାଇଥିଲେ । ବିଧାନ ମଣ୍ଡଳ ଘରେ ନଥିବା କାରଣରୁ ଆମେ ତାଙ୍କୁ ଫୋନ କରି ପଚାରିଥିଲୁ । ସବୁଠୁ ବଡ଼ କଥା ହେଲା ଜଣେ କଙ୍କଡା ବ୍ୟବସାୟୀ ହୋଇ ଅନ୍ୟ କିଛି ଲୋକଙ୍କ ନାମ ମଧ୍ୟ କହିଛି କି ମୁଁ କେବଳ ଜଣେ ବ୍ୟବସାୟୀ ନୁହେଁ ବହୁତ ବ୍ୟବସାୟୀ ଏଠାରେ କଙ୍କଡା ବ୍ୟବସାୟ କରୁଛନ୍ତି । ଓକିଲପାଳ, ବଗପାଟିଆ ଭଳି ଅଞ୍ଚଳରେ କର୍ଣ୍ଣ,ହଗୁରା, ବିଷ୍ଣୁ ଦାସ, ଅନୁଆ ପୁଅ ଏହି ସବୁ ଲୋକେ ବ୍ୟବସାୟ କରୁଛନ୍ତି ବୋଲି ଓକିଲପାଳ ଗାଁ ର ବିଧାନ ମଣ୍ଡଳ ଆମକୁ ଫୋନ ଯୋଗେ କହିଛନ୍ତି । ସବୁଠୁ ବଡ଼ କଥା ହେଲା ଚେକ ଗେଟ ନିକଟରେ କଙ୍କଡା ଚାଲାଣ ହେଉଛି କିନ୍ତୁ ବନ ବିଭାଗ କର୍ମଚାରୀ ଜାଣି ପାରୁନି କେମିତି ? ନା ମାସିକିଆ ପଣି ନେଇ କଙ୍କଡା ବ୍ୟବସାୟୀ ମାନଙ୍କର ସୁରକ୍ଷା ଦେଉଛି ବନ ବିଭାଗ । ଯେତେବେଳେ ଜଣେ ସାମ୍ବାଦିକ ଚେକଗେଟ ଦେଇ ଅନ୍ୟ ସ୍ଥାନକୁ ଯାଉଛନ୍ତି ତେବେ ନାନାଦି ପ୍ରକାର ପ୍ରଶ୍ନ ପଚାରୁଛନ୍ତି ଏହି ବିଭାଗର କର୍ମଚାରୀ । କାହିଁକି ସେପଟକୁ ଯିବେ ? କେଉଁ କାରଣ ପାଇଁ ଯାଉଛନ୍ତି ? ଯାଞ୍ଚ କରୁଛନ୍ତି ପରିଚୟ ପତ୍ର । କେବଳ ଏତିକି ନୁହେଁ ସବୁ ତଥ୍ୟ ରେଜିଷ୍ଟରରେ ଲେଖିବା ସହିତ ଦସ୍ତଖତ ମାରି ଯିବାକୁ ପଡୁଛି । କିନ୍ତୁ କଙ୍କଡା ବ୍ୟବସାୟୀ ମାନଙ୍କୁ କୁଇଣ୍ଟାଲ କୁଇଣ୍ଟାଲ କଙ୍କଡା ଚେକ ଗେଟରେ ଛଡା ଯାଉଛି କିପରି ? ବନ ବିଭାଗ ନିରବ ଦ୍ରଷ୍ଟା ସାଜିବାର କାରଣ କଣ ? ଜବାବ ରଖିବେ କି ଜଙ୍ଗଲକୁ ଆଖିଠାର ଦେଖାଇ କେତେ ମାସିକିଆ ପଣି ରୋଜଗାର କରୁଛନ୍ତି ? କିଛି ଅସାଧୁ କର୍ମଚାରୀ ସବୁ ଜାଣି ଏମାନଙ୍କୁ କଙ୍କଡା ଚାଲାଣ , ଜଙ୍ଗଲରେ ମହୁ ମାରିବାକୁ ପ୍ରଶୟ ଦେବା, ଜଙ୍ଗଲ କାଠ କାଟି ବାହାରେ ଚାଲାଣ କରିବା ଭଳି ଅନେକ କାର୍ଯ୍ୟରେ ଲିପ୍ତ ରହି କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାର ଗୌରବକୁ ନଷ୍ଟ କରିବା ସହିତ ବଦନାମ କରୁଛନ୍ତି । ଜଙ୍ଗଲର ରକ୍ଷକ ହୋଇ ଭକ୍ଷକ ସାଜୁଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ରହିଛି। ନଚେତ ଆଗାମୀ ଦିନରେ ପରିବେଶବିତ ମାନେ ରାଜ ରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ରାଜନଗର ରେ ବହୁ କଙ୍କଡ଼ା ମାଫିଆ ମାନେ ପ୍ରତିଦିନ ବହୁ କଙ୍କଡ଼ା ଧରି କେନ୍ଦ୍ରାପଡ଼ା ଜିଲ୍ଲା ର ବିଭିନ୍ନ କଙ୍କଡ଼ା ବ୍ୟବସାୟୀ ଙ୍କୁ ବିକୁ ଛନ୍ତି।ପ୍ରତି ଦିନ ଲକ୍ଷ ଲକ୍ଷ ଟଙ୍କା ର କଙ୍କଡ଼ା ବିକ୍ରି ହେବାର ଫଟୋ ହସ୍ତଗତ ହୋଇଛି।ଆଗାମୀ ଦିନ ରେ ଚୋରା କଙ୍କଡ଼ା ମାଫିଆ ଙ୍କ ଉପରେ ରୋକ ନ ଲାଗିଲେ ଆଗାମୀ ଦିନ ରେ କଙ୍କଡ଼ା ଶେଷ ହେଇଯିବ।ସମ୍ପୂର୍ଣ ଭାବରେ ବନବିଭାଗ ର କର୍ମ ଚାରି ମାନଙ୍କ ଅବହେଳା ପାଇଁ କଙ୍କଡ଼ା ମାଫିଆ ଙ୍କ ଉପରେ ରୋକ ଲାଗି ପାରୁନାହିଁ।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
