ଶ୍ରୀଜଗନ୍ନାଥ ସଂସ୍କୃତିରେ ‘ସୁନାବେଶ’ ବା ‘ବଡ଼ତଡ଼ାଉ ବେଶ’

ଶ୍ରୀଜଗନ୍ନାଥ ସଂସ୍କୃତିରେ ‘ସୁନାବେଶ’ ବା ‘ବଡ଼ତଡ଼ାଉ ବେଶ’

ଶ୍ରୀଜଗନ୍ନାଥ ସଂସ୍କୃତିରେ ‘ସୁନାବେଶ’ ବା ‘ବଡ଼ତଡ଼ାଉ ବେଶ’ ଏକ ଅତି ମହତ୍ତ୍ୱପୂର୍ଣ୍ଣ ଓ ଆଧ୍ୟାତ୍ମିକ ମୁହୂର୍ତ୍ତ; ଯେଉଁଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ  ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଏ।। କେତେ ଅପୂର୍ବ ସେ ସଜ୍ଜା! ଶ୍ରୀହସ୍ତରେ ସୁବର୍ଣ୍ଣର ଆୟୁଧ, ଶ୍ରୀପୟରରେ ସୁବର୍ଣ୍ଣର ନୂପୁର, ଆଉ ମଥାରେ ସେଇ ରତ୍ନଖଚିତ କିରୀଟ। ମହାପ୍ରଭୁଙ୍କ ଏ ବେଶ ଦେଖିଲା ବେଳେ ମନ ଭିତରେ କିଭଳି ଉଦ୍ବେଳନ ହୁଏ , କିଭଳି ଶିହରଣ ଖେଳିଯାଏ ସେ କଥା କେବଳ ଯେଉଁ ମାନେ ଦେଖନ୍ତି ସେଇ ମାନେଙ୍କ #ଅନୁଭବ । ପ୍ରଭୁଙ୍କ ଅଙ୍ଗରୁ ବିଚ୍ଛୁରିତ ହେଉଥିବା ସେଇ ସୁବର୍ଣ୍ଣ ଆଭାକୁ ଦେଖିବା ପାଇଁ କେତେକେତେ ଭକ୍ତଙ୍କ ସମାଗମ ହୋଇଥାଏ।

 ରଥ ଉପରେ ମହାପ୍ରଭୁଙ୍କର ଏହି ରାଜକୀୟ_ରୂପ ଦର୍ଶନ କଲେ ସମସ୍ତ ପାପରୁ ମୁକ୍ତି ମିଳେ ଏବଂ ମୋକ୍ଷ ପ୍ରାପ୍ତି ହୁଏ ବୋଲି ଲୋକଙ୍କ ଦୃଢ଼ ବିଶ୍ୱାସ ରହିଛି। ଶ୍ରୀଜଗନ୍ନାଥଙ୍କ ପବିତ୍ର

ସୁନାବେଶ ତିଥିରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା!!!!!

ବିଶେଷ ଖବର ନୟାଗଡ଼ ପ୍ରତିନିଧି 

ସୁପ୍ରିୟା ଦାସ