ସଚେତନ ନାଗରିକ ମଞ୍ଚ, ଖଣ୍ଡପଡ଼ା ନାମରେ ପ୍ରଶାସନିକ ଅଧିକାରୀମାନଙ୍କୁ ବ୍ଲାକ ମେଲିଂ ଅଭିଯୋଗ,ତଦନ୍ତ ଦାବି
ଖଣ୍ଡପଡ଼ା ୩୧|୭(ବିଶେଷ ଖବର ) ଖଣ୍ଡପଡ଼ା ଅଞ୍ଚଳରେ ଅସାମାଜିକ ବ୍ୟକ୍ତି ମାନଙ୍କ ଦୌରାତ୍ମ୍ଯ ସମୟାନୁକ୍ରମେ ବୃଦ୍ଧି ପାଉଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଉଛି।କେତେକ ଅସାମାଜିକ ବ୍ୟକ୍ତି ସାମଜିକ ଗଣମାଧ୍ୟମକୁ ଅସ୍ତ୍ର କରି ଖଣ୍ଡପଡ଼ା ଅଞ୍ଚଳରେ କାର୍ଯ୍ୟରତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀମାନଙ୍କୁ ଧମକ ଦେବା ସହ ଅସଦ ଉପାୟ ଅବଲମ୍ବନ କରି ମୋଟା ଅଙ୍କର ଅର୍ଥ ଆଦାୟ କରିବା ନିମନ୍ତେ ମସୁଧା ଚଳାଇ ଥିବା ଅଭିଯୋଗ ହେଉଛି।ଏପରିକି ଅସାମାଜିକ ବ୍ୟକ୍ତିମାନେ ବିଭିନ୍ନ ତରିକାରେ ସଂଗଠନର ନାମ ନେଇ ପ୍ରଶାସନିକ ଅଧିକାରୀମାନଙ୍କ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବାକୁ ପଛାଉ ନଥିବା ଜଣାପଡିଛି।
ବିଭିନ୍ନ ସମୟରେ ଫେସବୁକ ଓ ସାମାଜିକ ଗଣମାଧ୍ୟମର ଉପଯୋଗ କରି ପ୍ରଶାସନିକ ଅଧିକାରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସେମାନଙ୍କର ଚରିତ୍ର ସଂହାର କରିବାକୁ ମଧ୍ଯ ସେମାନେ ପଛାଉ ନଥିବା ଜଣାପଡିଛି। ସେହିପରି ଏକ ଘଟଣାକ୍ରମେ ସଚେତନ ନାଗରିକ ମଞ୍ଚ ଖଣ୍ଡପଡ଼ା ନାମରେ ଏକ ସଂଗଠନ ଏବେ ସକ୍ରୀୟ ହୋଇ ଉଠି ଖଣ୍ଡପଡ଼ା ଅଞ୍ଚଳରେ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀମାନଙ୍କ ବିରୁଦ୍ଧରେ ଉପରିସ୍ଥ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କୁ ବଦନାମ କରିବା ନିମନ୍ତେ ପ୍ରୟାସ ଚଳାଇଥିବା ଅଭିଯୋଗ ହେଉଛି।ତେବେ ସଚେତନ ନାଗରିକ ମଞ୍ଚ ନାମରେ ସେଭଳି କୌଣସି ସଂଗଠନ ଖଣ୍ଡପଡ଼ା ଅଞ୍ଚଳରେ କାର୍ଯ୍ୟ କରୁ ନଥିବା ବିଭିନ୍ନ ସୂତ୍ରରୁ ଜଣାପଡିଥିବା ବେଳେ ଏହି ସଂଗଠନ ନାମରେ ପ୍ରଶାସନିକ ଅଧିକାରୀମାନଙ୍କୁ ଏବେ ଚୁନ ଲଗାଇବା ପାଇଁ ମସୁଧା ଚାଲିଥିବା ଜଣାପଡିଛି। ଏଭଳି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଏଭଳି ବେନାମୀ ସଂଗଠନର ସଦସ୍ଯମାନଙ୍କ କାର୍ଯ୍ୟକଳାପ ପ୍ରତି ଜିଲ୍ଲା ପୁଲିସ ପ୍ରଶାସନ,ନୟାଗଡ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ଅଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।


admin 
