ସହିଦ ଲକ୍ଷ୍ମଣ ନାୟକ କଳା ପାରିଷଦ ର କର୍ମକର୍ତ୍ତା ଚୟନ।.

ସହିଦ ଲକ୍ଷ୍ମଣ ନାୟକ କଳା ପାରିଷଦ ର କର୍ମକର୍ତ୍ତା ଚୟନ। ମାଲକାନଗିରି ମାଥ୍‌ଲି, ତା:-୧୫/୦୫ ମାଲକାନଗିରି ଜିଲ୍ଲା ମାଥ୍‌ଲି ବ୍ଲକରେ ସୁନାମ ଅର୍ଜନ କରିଥିବା ସହିଦ ଲକ୍ଷ୍ମଣ ନାୟକ କଳା ପରିଷଦର ନୂତନ କର୍ମକର୍ତ୍ତା ଚୟନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ତଥା ଯୁବ ସାମ୍ବାଦିକ ବସନ୍ତ ସଗଡିଆ ଙ୍କ ଅଧ୍ଯକ୍ଷତାରେ ମାଥ୍‌ଲି ଶିକ୍ଷକ ଭବନ ଠାରେ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପରିଷଦର ନୂତନ ସଭାପତି ଭାବେ ସର୍ବସମ୍ମତି କ୍ରମେ ଗୁପ୍ତ ପ୍ରସାଦ ସ୍ବାଇଁଙ୍କୁ କରାଯାଇଥିବା ବେଳେ ନୂତନ ଉପ ସଭାପତି ଭାବେ ସୁରେନ୍ଦ୍ର ଓଝା, ସମ୍ପାଦ ଭାବେ ରତ୍ନାକର ପାଳ, ସ‌ହ ସମ୍ପାଦକ ମୋହନ ଓଝା ଏବଂ କୋଷାଧ୍ୟକ୍ଷ ଭାବେ ପ୍ରତାପ ମହାନ୍ତିଙ୍କୁ ଚୟନ କରାଯାଇଛି। ପୂର୍ବତନ କୋଷାଧ୍ଯକ୍ଷ ଚିନ୍ତାମଣୀ ବିଶୋୟୀ ଓ ଉପ ସଭାପତି ନାରାୟଣ ଚୈଧୁରୀ ପ୍ରମୁଖ ନୂତନ କର୍ମକର୍ତ୍ତାଙ୍କୁ ସ୍ବାଗତ କରିଥିଲେ। ଦୀର୍ଘ ବର୍ଷରୁ ମାଥ୍‌ଲିରେ ସହିଦ ଲକ୍ଷ୍ମଣ ନାୟକଙ୍କ ନାମରେ କଳା ପରିଷଦ ଗଠନ ହୋଇଥିଲା । ଗତ ୩ ବର୍ଷ ମଧ୍ୟରେ ଯୁବ ସାମ୍ବାଦିକ ବସନ୍ତ ସଗଡିଆ ଙ୍କ ଉଦ୍ୟମ କ୍ରମେ ଅନେକ କାର୍ଯ୍ୟକ୍ରମ ହୋଇ ପାରିଥିଲା I ସେହିପରି ନୂତନ କର୍ମକର୍ତ୍ତାଙ୍କୁ ପୂର୍ବତନ ସଭାପତି ବସନ୍ତ ସଗଡିଆ ଭବ୍ୟ ସ୍ବାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସଦସ୍ୟ ଜିତେନ ପଣ୍ଡା, ସନ୍ତୋଷ ପଟ୍ଟନାୟକ, ସନ୍ତୋଷ ବେହେରା, ଯୁଧୂଷ୍ଠିର ସେଠୀ, ମୋହନ ଓଝା, କାଳନ୍ଦୀ ଓଝା, ସନ୍ତୋଷ ପରିଚ୍ଛା ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର.

ସହିଦ ଲକ୍ଷ୍ମଣ ନାୟକ କଳା ପାରିଷଦ ର କର୍ମକର୍ତ୍ତା ଚୟନ।.