ଶାସନ ପଞ୍ଚାୟତ ରେ ଗୋଷ୍ଠୀ ଶୌଚାଳୟ କରି ଟଙ୍କା ଲୁଟିବା ପ୍ରତିବାଦରେ ପଟ୍ଟାମୁଣ୍ଡାଇ ତହସିଲଦାର ଙ୍କୁ ଦାବି ପତ୍ର

ଶାସନ ପଞ୍ଚାୟତ ରେ ଗୋଷ୍ଠୀ ଶୌଚାଳୟ କରି ଟଙ୍କା ଲୁଟିବା ପ୍ରତିବାଦରେ ପଟ୍ଟାମୁଣ୍ଡାଇ ତହସିଲଦାର ଙ୍କୁ ଦାବି ପତ୍ର

ଶାସନ ପଞ୍ଚାୟତ ରେ ଗୋଷ୍ଠୀ ଶୌଚାଳୟ କରି ଟଙ୍କା ଲୁଟିବା ପ୍ରତିବାଦରେ ପଟ୍ଟାମୁଣ୍ଡାଇ ତହସିଲଦାର ଙ୍କୁ ଦାବି ପତ୍ର ସହିତ ବ୍ଲକ୍ ଜେ ଇ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ।

ମାଳିପୁର ଗ୍ରାମବାସୀ ତହସିଲ ଦାର୍ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଇ ଏକ ଦାବିପତ୍ର ଦେଇଛନ୍ତି, ଆମ ଗ୍ରାମର ସରକାରୀ 'ରାସ୍ତା' କିସମ ଜମି ଖାତା ନଂ-612 /ପ୍ଲଟ ନଂ - 859 ଉପରେ ସରକାରୀ ନିୟମ ଓ ଆଇନକୁ ସମ୍ପୂର୍ଣ୍ଣ ଅବମାନନା କରି ବେଆଇନ ଭାବେ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି।

ଏହି ବେଆଇନ ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ (ବିଡ଼ିଓ, ଜେଇ, ସରପଞ୍ଚ ଏବଂ ସମ୍ପୃକ୍ତ କର୍ମଚାରୀ) ସରକାରୀ ଜମି ସୁରକ୍ଷା ନିୟମକୁ ଆଖିବୁଜି ଦେଇ ସରକାରୀ ଅନୁଦାନର ବ୍ୟାପକ ମିଶ୍ରଣ ଓ ଅର୍ଥ ଆତ୍ମସାତ୍ କରିଛନ୍ତି। ରାସ୍ତା କିସମ ଜମି ଉପରେ ଶୌଚାଳୟ ନିର୍ମାଣ ହେବା ଫଳରେ ଗ୍ରାମବାସୀଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହେବା ସହ ଆଗାମୀ ଦିନରେ ବଡ଼ ଧରଣର ବିବାଦର ସମ୍ଭାବନା ରହିଛି।

ସରକାରୀ ପାଣ୍ଠିର ଏପରି ଦୁରୁପଯୋଗ ଏବଂ ଜମି ଜାଲିଆତି ସମ୍ପୂର୍ଣ୍ଣ ଆଇନ ବିରୋଧୀ। ତେଣୁ ଆମ୍ଭେ ଗ୍ରାମବାସୀମାନେ ନିମ୍ନଲିଖିତ ଦାବିଗୁଡ଼ିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।:

ରାସ୍ତା କିସମ ଜମି ଉପରେ କରାଯାଇଥିବା ବେଆଇନ ଶୌଚାଳୟ ନିର୍ମାଣକୁ ତୁରନ୍ତ ବନ୍ଦ କରାଯାଉ ଏବଂ ସମ୍ପୃକ୍ତ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଉ।

ଏହି ସରକାରୀ ଆଇନ ଅବମାନନା ଏବଂ ସରକାରୀ ଟଙ୍କା ଆତ୍ମସାତ୍ ପ୍ରକ୍ରିୟାରେ ସମ୍ପୃକ୍ତ ଥିବା ସମସ୍ତ ଅଧିକାରୀ ଓ ଜନପ୍ରତିନିଧିଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ।

 

ସରକାରୀ ଅର୍ଥ ହେରଫେର କରିଥିବା ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଦଣ୍ଡବିଧାନ କରାଯାଉ।

ଯଦି ଏହି ସଂକ୍ରାନ୍ତରେ କୌଣସି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଗ୍ରାମବାସୀ ବାଧ୍ୟ ହୋଇ ଆଇନଗତ ପନ୍ଥା ଆପଣାଇବେ ଏବଂ ରାଜପଥ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଯଦି ଏହି ଘଟଣା ରେ ଜିଲ୍ଲା ପ୍ରଶାସନ ପ୍ରକୁତ ଅନୁସନ୍ଧାନ କରି ଦୋଷୀ ପଟ୍ଟାମୁଣ୍ଡାଇ ବ୍ଲକ ଜେ ଇ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଲେ ପ୍ରକୁତ ଦୁର୍ନୀତି ଘଟଣା ପଦାକୁ ଆସି ପାରନ୍ତା।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା