ବିବାହ କଲେ ବିଜେଡି ନେତା ପିନାକୀ ମିଶ୍ର .

ବିବାହ କଲେ ବିଜେଡି ନେତା ପିନାକୀ ମିଶ୍ର .
ବର୍ତ୍ତମାନ ଚାଲିଛି ବିବାହ ଋତୁ। ଏହି ସମୟରେ ଏକ ହାଇ ପ୍ରୋଫାଇଲ୍ ବାହାରଘରର ଖବର ସାମ୍ନାକୁ ଆସିଛି। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ମେ ୩ ତାରିଖରେ ବିଦେଶରେ ଆୟୋଜିତ ଏକ ଉତ୍ସବରେ ବିଜୁ ଜନତା ଦଳର ନେତା ପିନାକୀ ମିଶ୍ରଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସୂଚନା ମିଳିଛି। କୃଷ୍ଣନଗରରୁ ଦୁଇଥର ଲୋକସଭା ସାଂସଦ ବନିଥିବା ମହୁଆ ଓଡ଼ିଶାର ପୁରୀ ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା ନାମୀ ପିନାକୀ ସାଂସଦ ମିଶ୍ରଙ୍କୁ ବିବାହ କରିଛନ୍ତି ବୋଲି ବିଭିନ୍ନ ସୂତ୍ରରୁ ପ୍ରକାଶ ପାଇଛି।
ଇଣ୍ଡିଆ ଟୁଡେ ଟିଭି ଦ୍ୱାରା ପ୍ରାପ୍ତ ଏକ ଫଟୋରେ ମୋଇତ୍ରା ପାରମ୍ପରିକ ପୋଷାକ ଏବଂ ଭାରୀ ସୁନା ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି। ତାହା ସହିତ ପିନାକୀ ଓ ମହୁଆ ପରସ୍ପରଙ୍କ ହାତ ଧରାଧରି ହୋଇଛି। ଯାହାକି ଏକ ଆନୁଷ୍ଠାନିକ ବିବାହକୁ ସୂଚୀତ କରୁଛି। ତେବେ ମୋଇତ୍ର କିମ୍ବା ମିଶ୍ର ଏପର୍ଯ୍ୟନ୍ତ ବିବାହକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହାଁନ୍ତି। ହେଲେ ରାଜନୈତିକ ମହଲରେ ଏହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।